ଓଡିଶା

odisha

ETV Bharat / state

Seizure Of White Poison: ଜଳପଥରେ ବଙ୍ଗରୁ କେନ୍ଦ୍ରାପଡା ଆସୁଛି ଧଳାଜହର ! Brown Sugar ପଞ୍ଝାରେ ଛାତ୍ର ସମାଜ - student in clutches of Brown Sugar in kendrapada

ଧଳାଜହର ବା ବ୍ରାଉନ ସୁଗାର କବଳରେ କେନ୍ଦ୍ରାପଡା ଜିଲ୍ଲା । ଉପକୂଳବର୍ତ୍ତି ଜିଲ୍ଲା ହୋଇଥିବାରୁ ଉଭୟ ଜଳ ଓ ସ୍ଥଳ ପଥରେ ଏହା ଜିଲ୍ଲାକୁ ଆସୁଥିବା କୁହାଯାଉଛି । ବିଶେଷ କରି ଯୁବପିଢି ଓ ଛାତ୍ର ସମାଜ ଏହାର ଶିକାର ହେଉଥିବାରୁ ବୁଦ୍ଧିଜୀବୀ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି । ଅଧିକ ପଢନ୍ତୁ

ପଶ୍ଚିମବଙ୍ଗରୁ କେନ୍ଦ୍ରାପଡ଼ା supply ହେଉଛି ଧଳାଜହର
ପଶ୍ଚିମବଙ୍ଗରୁ କେନ୍ଦ୍ରାପଡ଼ା supply ହେଉଛି ଧଳାଜହର

By

Published : Dec 18, 2021, 7:46 PM IST

କେନ୍ଦ୍ରାପଡା: ଧଳାଜହର ବା ବ୍ରାଉନ ସୁଗାର ଏବେ ଉପକୂଳ ଜିଲ୍ଲା ମୁହାଁ । ଏହାର ପେଣ୍ଠସ୍ଥଳୀ ପଶ୍ଚିମବଙ୍ଗ କୁହାଯାଉଥିବା ବେଳେ ପ୍ରଥମେ ବାଲେଶ୍ବର ଏବଂ ପରେ ଉଭୟ ଜଳ ଓ ସ୍ଥଳପଥ ଦେଇ କେନ୍ଦ୍ରାପଡା ଆସୁଥିବା ଜଣାପଡିଛି । ଟାର୍ଗେଟରେ ଅଛନ୍ତି ଛାତ୍ର ଓ ଯୁବଗୋଷ୍ଠୀ । ଅପହଞ୍ଚ ସ୍ଥାନ ସମେତ ନଦୀ ପଠା, ମଠ, ଏମିତିକି ଅନ୍ଧାରୀ ଗଳିରେ ଚାଲୁଛି ନିଶାଡିଙ୍କ ଆଡ୍ଡା । କେନ୍ଦ୍ରାପଡାରେ ଗତ ୬ ମାସ ମଧ୍ୟରେ ଗରାପୁରର ରାଜୀବ କୁମାର ପତ୍ରୀ ଓ ପଟ୍ଟାମୁଣ୍ଡାଇର ମିନତୀକୁ ବଡ ଧରଣର ବ୍ରାଉସୁଗାର କାରବାରରେ ଗିରଫ କରିଛି ଅବକାରୀ ବିଭାଗ । ଜାତୀୟ ରାଜପଥ ଦେଇ ଜିଲ୍ଲାକୁ ଏହା ପ୍ରବେଶ କରୁଥିବା ସନ୍ଦେହ କରି ସମସ୍ତ ଏଣ୍ଟ୍ରି ପଏଣ୍ଟରେ ଯାନବାହାନ ଯାଞ୍ଚ କରିବା ପାଇଁ ଦାବି ହୋଇଛି।

ପଶ୍ଚିମବଙ୍ଗରୁ କେନ୍ଦ୍ରାପଡ଼ା supply ହେଉଛି ଧଳାଜହର

ପୋଲିସ ଓ ଅବକାରୀ ବିଭାଗର ଗଳାବାଟ ଦେଇ ମହାକାଳପଡାର ଜମ୍ବୁ ଜଳପଥ ଦେଇ ମଧ୍ୟ ବାଂଲାଦେଶରୁ ଏହା ଜିଲ୍ଲାକୁ ପ୍ରବେଶ କରୁଥିବା ସନ୍ଦେହ କରାଯାଉଛି। ଅବକରୀ କମିଶନର ଆଶିଷ ସିଂଙ୍କ ନିର୍ଦ୍ଦେଶ ଓ ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ହସ୍ତକ୍ଷେପ ପରେ ଆକ୍ସନ ମୋଡରେ ଅବକାରୀ ବିଭାଗ ।

ଏହି ରାକେଟରେ କେବଳ ମହିଳା ନୁହେଁ ନାବାଳକ ଓ ଭିନ୍ନକ୍ଷମଙ୍କୁ ମଧ୍ୟ ବ୍ୟବହାର କରୁଛନ୍ତି ମାଫିଆ। ସମୟ ପୁର୍ବରୁ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନହେଲେ ଭୟଙ୍କର ତାଣ୍ଡବ ଭୋଗିବାକୁ ପଡିବ ବୋଲି ବୁଦ୍ଧିଜୀବୀ ମତବ୍ୟକ୍ତ କରିଛନ୍ତି। ସେପଟେ ଏହି ରାକେଟ ସମସ୍ତ ଗତିବିଧି ଉପରେ ନଜର ରଖିବା ସହ ପାଟ୍ରୋଲିଂକୁ କଡାକଡି କରାଯିବା ନେଇ ସୂଚନା ଦେଇଛନ୍ତି ଜିଲ୍ଲା ଅବକାରୀ ଅଧିକ୍ଷକ।

ମାଫିଆଙ୍କୁ ସାବାଡ କରି ଯୁବପିଢିଙ୍କୁ ନିଶା ଦୁନିଆରୁ ମୁକ୍ତ କରିବାକୁ ହେଲେ ଉଭୟ ପୋଲିସ ଓ ଅବକାରୀ ବିଭାଗ କଠୋର ପଦକ୍ଷେପ ନେବାକୁ ହେବ ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details