କେନ୍ଦ୍ରାପଡା:ସ୍ୱାଭାବିକ ହେବ କେନ୍ଦ୍ରାପଡ଼ା ସହର । ନିର୍ଦ୍ଧାରିତ ସମୟ ପୂର୍ବରୁ ସହର ସମେତ ଏହା ସଂଲଗ୍ନ ଚାରୋଟି ପଞ୍ଚାୟତରୁ ହଟିବ 144 ଧାରା । ଆଜି ରାତି 11ଟାରୁ 144 ଧାରା ଉଚ୍ଛେଦ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ । ଏକ ପ୍ରେସ ବିଜ୍ଞପ୍ତି ଜାରି କରି ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ସୂଚନା ।
ରାତି 11ଟାରୁ କେନ୍ଦ୍ରାପଡାରୁ ହଟିବ 144 ଧାରା - କେନ୍ଦ୍ରାପଡା ସହରରେ 144 ଧାରା
କେନ୍ଦ୍ରାପଡ଼ା ସହର ସମେତ ଏହା ସଂଲଗ୍ନ ଚାରୋଟି ପଞ୍ଚାୟତରୁ ଆଜି ରାତି 11ଟାରୁ ହଟିବ 144 ଧାରା । ପ୍ରେସ ବିଜ୍ଞପ୍ତି ଜାରିଆରେ ସୂଚନା ଦେଲେ ଜିଲ୍ଲାପାଳ ଅମ୍ରିତ ଋତୁରାଜ । ଅଧିକ ପଢନ୍ତୁ...
ଗ୍ୟାଙ୍ଗଷ୍ଟାର ହାଇଦର ଏନକାଉଣ୍ଟର ପରେ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିବା ଆଶଙ୍କା କରି ଜିଲ୍ଲା ପ୍ରଶାସନ ପକ୍ଷରୁ ଗତ ଶନିବାର ରାତି ୧୧ ରୁ ୩୦ ତାରିଖ ଦିନ ୧୧ ପର୍ଯ୍ୟନ୍ତ ମ୍ୟୁନିସିପାଲିଟି ଅଞ୍ଚଳ ସମେତ କପାଳେଶ୍ୱର, ଗୁଲୁନଗର, ଜମଧର ଓ ବାରିମୂଳ ପଞ୍ଚାୟତରେ ୧୪୪(୨)CRPC ଜାରି କରାଯାଇଥିଲା । ତେବେ ସହରର ପରିସ୍ଥିତି ବର୍ତ୍ତମାନ ସ୍ୱାଭାବିକ ରହିଥିବା ଓ ଆଇନଶୃଙ୍ଖଳା ପରିସ୍ଥିତି ନେଇ କୌଣସି ଆଶଙ୍କା ନଥିବା ଏସପି ରିପୋର୍ଟ ଦେଇଛନ୍ତି । ଏହାପରେ ଜିଲ୍ଲାପାଳ ନିର୍ଦ୍ଧାରିତ ସମୟ ପୂର୍ବରୁ ଆଜି ରାତି ୧୧ରୁ ୧୪୪ ଧାରା କଟକଣାକୁ ଉଚ୍ଛେଦ କରିଛନ୍ତି ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ