କେନ୍ଦ୍ରାପଡା: ଶ୍ରୀ ବଳଦେବଜୀଉଙ୍କ ମନ୍ଦିରରେ 144 ଧାରା ଜାରି କଲା ଜିଲ୍ଲା ପ୍ରଶାସନ l ଜୁନ 5 ତାରିଖରେ ହେବାକୁ ଥିବା ଶ୍ରୀ ଜୀଉମାନଙ୍କ ପବିତ୍ର ସ୍ନାନ ପୂର୍ଣ୍ଣିମାରେ ଜନ ସମାଗମ ଆଶଙ୍କା କରି କେନ୍ଦ୍ରାପଡା ଶ୍ରୀ ବଳଦେବଜୀଉଙ୍କ ମନ୍ଦିରରେ ଏହି ନିୟମ ଲାଗୁ କରାଯାଇଛି l
ସ୍ନାନ ପୂର୍ଣ୍ଣିମାର ଦିନକ ପୂର୍ବରୁ ଶ୍ରୀ ବଳଦେବଜୀଉଙ୍କ ମନ୍ଦିରରେ 144 ଧାରା ଲାଗୁ
ଜୁନ 5 ତାରିଖରେ ପବିତ୍ର ସ୍ନାନ ପୂର୍ଣ୍ଣିମା । ତେବେ ସ୍ନାନ ପୂର୍ଣ୍ଣିମାରେ ଜନ ସମାଗମ ଆଶଙ୍କା କରି କେନ୍ଦ୍ରାପଡା ଶ୍ରୀ ବଳଦେବଜୀଉଙ୍କ ମନ୍ଦିରରେ 144 ଧାରା ଲାଗୁ କରାଯାଇଛି l ପଢନ୍ତୁ ସମ୍ପୂର୍ଣ୍ଣ ଖବର..
ସ୍ନାନ ପୂର୍ଣ୍ଣିମାର ଦିନକ ପୂର୍ବରୁ ଶ୍ରୀ ବଳଦେବଜୀଉଙ୍କ ମନ୍ଦିରରେ 144 ଧାରା ଲାଗୁ
ଗୁରୁବାର ମଧ୍ୟରାତ୍ରୀରୁ ସ୍ନାନ ପୂର୍ଣ୍ଣିମା ନୀତିକାନ୍ତି ଶେଷ ହେବା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ l ତେବେ ନୀତିକାନ୍ତିରେ ନିୟୋଜିତ କେବଳ ସେବାୟତମାନେ ମନ୍ଦିର ମଧ୍ୟକୁ ପ୍ରବେଶ କରିବେ ବୋଲି ଅନୁମତି ଦିଆଯାଇଛିl କୋରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଏହି କଟକଣା ଲାଗୁ କରାଯାଇଛି l ଶ୍ରଦ୍ଧାଳୁମାନେ ପ୍ରଶାସନକୁ ସହଯୋଗ କରିବା ପାଇଁ ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ମହାପାତ୍ର ନିବେଦନ କରିଛନ୍ତି ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ
Last Updated : Jun 4, 2020, 3:41 PM IST