କେନ୍ଦ୍ରାପଡା: ଜିଲ୍ଲାର ପ୍ରସିଦ୍ଧ ବଳଦେବଜୀଉ ମନ୍ଦିର ନିକଟରେ ୧୪୪ ଧାରା ଜାରି କଲା ଜିଲ୍ଲା ପ୍ରଶାସନ । ମନ୍ଦିର ଚତୁଃପାର୍ଶ୍ବରେ ଥିବା ରଥଦାଣ୍ଡ ସମେତ ମାଉସୀମା ମନ୍ଦିର ପର୍ଯ୍ୟନ୍ତ ୧୪୪ ଲାଗୁ କରାଯାଇଛି। ସୋମବାର ଘୋଷଯାତ୍ରାକୁ ଦୃଷ୍ଟିରେ ରଖି ପ୍ରଶାସନ ଏହି ପଦକ୍ଷେପ ନେଇଛି ।
ଆଜି (ରବିବାର) ରାତି ୯ଟାରୁ ଆସନ୍ତାକାଲି ରାତି ୯ଟା ଯାଏଁ ଏହି କଟକଣା ବଳବତ୍ତର ରହିବ। ତେବେ ମନ୍ଦିର ପରିସରରେ ପ୍ରତିକାତ୍ମକ ଭାବେ ରଥଯାତ୍ରା କରାଯିବା ସହିତ ବଳଦେବଜୀଉଙ୍କ ନୀତିକାନ୍ତି ସମ୍ପନ୍ନ କରାଯିବ ।