କେନ୍ଦ୍ରାପଡା: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା ପରେ ଆରମ୍ଭ ହୋଇଥାନ୍ତା ଓଡିଶା ପ୍ରସିଦ୍ଧ ଓଳକଣା ମେଳଣ । ଘଣ୍ଟଘଣ୍ଟା ଓ ଡିଜେ ଲାଇଟ ମାଧ୍ୟମରେ ପ୍ରକମ୍ପିତ ହୋଇଥାନ୍ତା ମେଳଣ ପଡିଆ । କିନ୍ତୁ କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ଓଳକଣା ମେଳଣ ପଡ଼ିଆର ୫୦୦ ମିଟର ପରିଧି ପର୍ଯ୍ୟନ୍ତ ଗତ ୨୬ ତାରିଖ ସକାଳ ୬ ଘଟିକାରୁ ରବିବାର ରାତି ୧୧ ଟା ପର୍ଯ୍ୟନ୍ତ ୧୪୪ ଧାରା ଜାରି କରିଛି ।
ହରିହରଙ୍କ ମିଳନରେ ଲାଗିଲା 144 ଧାରା - section 144 at olakana
ଓଡିଶା ପ୍ରସିଦ୍ଧ କେନ୍ଦ୍ରାପଡାର ଓଳକଣା ମେଳଣରେ କଟକଣା । ମେଳଣ ପଡିଆରେ ଜାରି ହୋଇଛି 144 ଧାରା । ତେବେ ମେଳଣ ପଡିଆରେ କଣ ରହିଛି ସ୍ଥିତି, ସେନେଇ ଅଧିକ ସୂଚନା ଦେଉଛନ୍ତି ଆମ କେନ୍ଦ୍ରପଡା ପ୍ରତିନିଧି...
ହରିହରଙ୍କ ମିଳନରେ ଲାଗିଲା 144 ଧାରା
କେବଳ ବିଧି ରକ୍ଷା କରିବା ପାଇଁ କୋଭିଡ କଟକଣା ମଧ୍ୟରେ ବିନା ଭକ୍ତରେ ମେଳଣ ଅନୁଷ୍ଠିତ ହେବ ବୋଲି ଜିଲ୍ଲା ପ୍ରଶାସନ ସୂଚନା ଦେଇଛି । ଓଡ଼ିଶାର କୋଣ ଅନୁକୋଣରେ ମେଳଣ ହେଉଛି । ହେଲେ ସବୁ ସ୍ଥାନରେ ପ୍ରେମମୟ ଶ୍ରୀକୃଷ୍ଣ ଓ ପ୍ରେମର ରାଣୀ ରାଧାଙ୍କ ମିଳନ ହେଉଥିବାବେଳେ ଓଳକଣାରେ ହରିହରଙ୍କ ମିଳନ ହୋଇଥାଏ । ଯାହାକୁ ଦେଖିବା ପାଇଁ ଓଡ଼ିଶାର କୋଣ ଅନୁକୋଣରୁ ହଜାର ହଜାର ସଂଖ୍ୟାର ଶ୍ରଦ୍ଧାଳୁମାନଙ୍କ ଭିଡ଼ ଜମିଥାଏ । ମାତ୍ର ମେଳଣ ପଡିଆରେ 144 ଧାରା ଜାରି ହେବାପରେ ଶ୍ରଦ୍ଧାଳୁମାନେ ନିରାଶ ହୋଇଛନ୍ତି ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ