ଓଡିଶା

odisha

ETV Bharat / state

ପାଟକୁରାରେ ଗେମ ଚେଞ୍ଜର ହେବେ ଅପରାଜିତା!

ପାଟକୁରା ଏବେ ତିନିଦଳ ପାଇଁ ସମ୍ମାନର ବିଷୟ ହୋଇଥିବା ବେଳେ ପାଟକୁରା ଦଖଲ ପାଇଁ ତିନିଦଳ କରୁଛନ୍ତି ଗୋଟି ଚାଳନା । ବିଜେପି ପାଇଁ ପାଟକୁରାରେ ବଡ ଭୂମିକା ନେବେ ଅପରାଜିତା ଷଡଙ୍ଗୀ ।

By

Published : Jul 13, 2019, 3:51 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

କେନ୍ଦ୍ରାପଡା: ରାଜନୈତିକ ପତିଆରା ଲଢେଇରେ ପାଟକୁରା ଏବେ ବାଜିରେ ଲାଗିଛି । ଏହି ନିର୍ବାଚନର ଫଳା ଫଳ ସ୍ପଷ୍ଟ କରିବ ରାଜନୀତି ରଣନୀତିରେ କିଏ ମାହିର ବିଜେପି ନା ବିଜେଡି? ବିଜେଡି ସୁପ୍ରିମୋଙ୍କ ଜିଦ ପୁରୁଖା ବିଜୟ ମହାପାତ୍ରଙ୍କୁ ବିଧାନସଭାକୁ ପୁରାଇ ଦେବେନି ।

ଆଉ ସେନାପତିଙ୍କ ଇଛା ପୂରଣ ପାଇଁ ସୈନ୍ୟ ସାମାନ୍ତ ସୁ-ସଜ୍ଜିତ ଅସ୍ତ୍ରଶସ୍ତ୍ରରେ ପାଟକୁରା ମୈଦାନରେ ତୈୟାର କେବଳ ଅପେକ୍ଷା ନିର୍ବାଚନକୁ । ପାଟକୁରା ଏବେ ସାମୟିକ ପାଇଁ ରାଜ୍ୟ ରାଜଧାନୀ ପାଲଟିଥିବା ବେଳେ ସମସ୍ତ ମନ୍ତ୍ରୀ, ବିଧାୟକ, ଛାମୁଆ ସଙ୍ଗଠନର କର୍ମକର୍ତ୍ତା ପାଟକୁରାକୁ ପକେଟକୁ ଆଣିବା ପାଇଁ ଏବେ ରଚୁଛନ୍ତି ଚକ୍ରବ୍ୟୁହ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

ଆଉ ଶାସକ ଦଳର ଏମିତି ରଣନୀତି ଦେଖି ବିଜେପି ମଧ୍ୟ ନିଜ ରଣନୀତିରେ କରିଛି ବ୍ୟାପକ ପରିବର୍ତ୍ତନ । ଯଦିଓ ବିଜୟ ମହାପାତ୍ରଙ୍କୁ ନେଇ ଦଳର ଏକ ଗୋଷ୍ଠୀ ଖୁସୀ ନାହାନ୍ତି ତଥାପି ଦଳବଳ ନେଇ ଏବେ ପାଟକୁରା ପାଇଁ ପାଗ ଭିଡିଛନ୍ତି ଦଳ । ଦଳର ସମସ୍ତ ବିଧାୟକ, ସାଂସଦ, ବରିଷ୍ଠ ନେତା ଏବେ ପାଟକୁରାରେ ଡେରା ପକାଇଛନ୍ତି ।

ଆଉ ଆଜି ଦ୍ବିତୀୟ ଥର ପାଇଁ ପାଟକୁରାକୁ ନିର୍ବାଚନ ପ୍ରଚାରରେ ଆସିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ । ବର୍ତ୍ତମାନ ଅପରାଜିତା ଦଳ ପାଇଁ ଟ୍ରମ୍ପକାର୍ଡ ସାବ୍ୟସ୍ତ ହେବେ ବୋଲି ଦଳ ଆଶା ରଖିଛି । ଆଗାମୀ ଦିନରେ ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ସମେତ ଆହୁରି ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ପାଇଁ ପ୍ରଚାର ପାଇଁ ଆସିବେ ବୋଲି ଜଣାପଡିଛି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details