ଓଡିଶା

odisha

ETV Bharat / state

ରଥଯାତ୍ରା ବନ୍ଦ ନିର୍ଦ୍ଦେଶ ପରେ ଆଇନର ଆଶ୍ରୟ ନେବାକୁ ଚେତାବନୀ ଦେଲେ ତୁଳସୀକ୍ଷେତ୍ର ସେବାୟତ - ତୁଳସୀକ୍ଷେତ୍ର କେନ୍ଦ୍ରାପଡା

ମହାପ୍ରଭୁଙ୍କ ରଥଯାତ୍ରାକୁ ନେଇ ଏସଆରସିଙ୍କ ଘୋଷଣା ପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ତୁଳସୀକ୍ଷେତ୍ରର ସେବାୟତ । ଆଇନର ଆଶ୍ରୟ ନେବାକୁ ଚେତାବନୀ ଦେଇଛନ୍ତି ସେବାୟତ । ଅଧିକ ପଢନ୍ତୁ...

Tulasi khetra kendrapada
ରଥଯାତ୍ରା ବନ୍ଦ ନିର୍ଦ୍ଦେଶ ପରେ ଆଇନର ଆଶ୍ରୟ ନେବାକୁ ଚେତାବନୀ ଦେଲେ ତୁଳସୀକ୍ଷେତ୍ର ସେବାୟତ

By

Published : Jun 11, 2021, 8:02 PM IST

କେନ୍ଦ୍ରାପଡା:ମହାପ୍ରଭୁଙ୍କ ରଥଯାତ୍ରାକୁ ନେଇ ଏସଆରସିଙ୍କ ଘୋଷଣା ପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ତୁଳସୀକ୍ଷେତ୍ରର ସେବାୟତ ଓ ଗବେଷକ । ଆଇନର ଆଶ୍ରୟ ନେବାକୁ ଚେତାବନୀ ଦେଇଛନ୍ତି ସେବାୟତ । ଏନେଇ ସେମାନେ ସୁପ୍ରିମକୋର୍ଟର ଆଶ୍ରୟ ନେବା ସହ ଏହାକୁ ଜୋରଦାର ବିରୋଧ କରିବୁ ବୋଲି ସେବାୟତ ଚେତାବନୀ ଦେଇଛନ୍ତି ।

ଚଳିତ ବର୍ଷ ମହାମାରୀ କୋରୋନାର ଦ୍ବିତୀୟ ପର୍ଯ୍ୟାୟ ଯୋଗୁଁ ସାରା ରାଜ୍ୟରେ ରଥଯାତ୍ରାକୁ ବନ୍ଦ କରିଛନ୍ତି ରାଜ୍ୟ ସରକାର । ଏନେଇ ସ୍ବତନ୍ତ୍ର ରିଲିଫ କମିସନର ପ୍ରଦୀପ ଜେନା ଘୋଷଣା କରିଛନ୍ତି । ପୁରୀ ଶ୍ରୀକ୍ଷେତ୍ରରେ ରଥଯାତ୍ରା ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା ବନ୍ଦ ରହିବା ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ନେଇ ତାତିଛନ୍ତି ବଳଦେବଜୀଉ ସେବାୟତ ଓ ଗବେଷକ। ବଳଦେବଜୀଉ ରାଜ୍ୟର ତଥା ଓଡ଼ିଆ ଜାତିର ଦେବତା ହୋଇଥିବା ବେଳେ ନିଜସ୍ବ ରଥଦାଣ୍ଡ ଓ ଦ୍ଵିତୀୟ ଶ୍ରୀକ୍ଷେତ୍ର ବା ତୁଳସୀକ୍ଷେତ୍ରର ମାନ୍ୟତା ପାଇଛି ।

ରଥଯାତ୍ରା ବନ୍ଦ ନିର୍ଦ୍ଦେଶ ପରେ ଆଇନର ଆଶ୍ରୟ ନେବାକୁ ଚେତାବନୀ ଦେଲେ ତୁଳସୀକ୍ଷେତ୍ର ସେବାୟତ

ଇତିହାସ ଦୃଷ୍ଟିରୁ,ଔରଙ୍ଗଜେବଙ୍କ ସେନାପତି ପୁରୀ ଆକ୍ରମଣ ବେଳେ ପୁରୀରେ ବର୍ଷ ବର୍ଷ ଧରି ରଥଯାତ୍ରା ବନ୍ଦ ରହିଥିବା ବେଳେ କେନ୍ଦ୍ରାପଡା ଜିଲ୍ଲାର ଆରାଧ୍ୟ ପ୍ରଭୁ ବଳଦେବଜୀଉଙ୍କ ରଥଯାତ୍ରା କେବେ ବନ୍ଦ ହୋଇନାହିଁ। ତେବେ ସମସ୍ତ ଇତିହାସ ଓ କିମ୍ବଦନ୍ତୀକୁ ପଛକୁ ପକାଇ ରାଜ୍ୟ ସରକାର ଯେଉଁ ନିର୍ଦ୍ଦେଶ ଦେଇଛନ୍ତି ଏହା ବିରୋଧରେ ସେବାୟତ ସମୁଦାୟ ଆଇନର ଆଶ୍ରୟ ନେବେ ବୋଲି ଚେତାବନୀ ଦେଇଛନ୍ତି।

ସୂଚନାଥାଉକି ଗତବର୍ଷ ମହାମାରୀ କୋରୋନାର ପ୍ରଥମ ପର୍ଯ୍ୟାୟକୁ ସମୟରେ ରଥଯାତ୍ରାକୁ ନେଇ ଆଇନର ଆଶ୍ରୟ ନେଇ ଶେଷରେ କେବଳ ପୁରୀରେ ରଥଯାତ୍ରା ହୋଇଥିଲା । ଚଳିତ ବର୍ଷ ମଧ୍ୟ କେବଳ ପୁରୀରେ ରଥଯାତ୍ରା କରିବା ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି । ସମ୍ପୂର୍ଣ୍ଣ କୋରୋନା କଟକଣା ମଧ୍ୟର କରାଯିବା ପାଇଁ ନିଷ୍ପତି ନେଇଛନ୍ତି ସରକାର ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details