କେନ୍ଦ୍ରାପଡ଼ା: ବର୍ଷ ଶେଷ ହେଲା, ହେଲେ ଶେଷ ହୋଇପାରିଲା ନାହିଁ ଶିକ୍ଷକ ବଦଳି ପ୍ରକ୍ରିୟା (Protest over teacher transfer issue) । ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକ ଶିକ୍ଷା ବିଭାଗ ଅଧୀନରେ ଥିବା ମଝିପନ୍ତୁରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘ ୧ ମାସ ଧରି ଶିକ୍ଷକ ବଦଳିକୁ ନେଇ ତାତିଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ (Protest at Majhipanturi high school) । ଯାହାର ଫଳସ୍ବରୂପ ଆଜି ଅର୍ଦ୍ଧବାର୍ଷିକ ପରୀକ୍ଷା ରହିଥିବା ବେଳେ ବିଦ୍ୟାଳୟ ଫାଟକରେ ତାଲା ପକାଇ ପରୀକ୍ଷାକୁ ବନ୍ଦ କରିବା ସହ ବ୍ଲକ ଶିକ୍ଷା ବିଭାଗ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ ।
ମଝିପନ୍ତୁରୀ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୬୯ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ଏଠାରେ ଶିକ୍ଷାଦାନ ପାଇଁ ପୂର୍ବରୁ ୭ଜଣ ଶିକ୍ଷକ ଶିକ୍ଷୟତ୍ରୀ ନିୟୋଜିତ ଥିଲେ । ତେବେ ଗତ ଅକ୍ଟୋବର ମାସ ପୂଜା ଛୁଟି ପୂର୍ବରୁ ଜଣେ ଶିକ୍ଷୟିତ୍ରୀଙ୍କୁ ବଦଳି କରାଯାଇଥିଲା । ତେବେ ହଠାତ ଗତମାସ ୧୬ ତାରିଖରେ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଗୌରହରି ମହାରଣାଙ୍କୁ ଏଠାରୁ ବଦଳି କରାଯାଇଥିବା ବେଳେ ବଦଳିକୁ ବିରୋଧ କରି ତୁମ୍ବି ତୋଫାନ କରିଥିଲେ ଛାତ୍ରଛାତ୍ରୀ ଓ ଅଭିଭାବକ। ଅଭିଯୋଗ ଅନୁଯାୟୀ, ଏଠାରେ ପ୍ରଥମରୁ 5ମ ଶ୍ରେଣୀ ପର୍ଯ୍ୟନ୍ତ ୮୯ଜଣ ଛାତ୍ରଛାତ୍ରୀ ରହିଥିବା ବେଳେ ୩୦:୧ ଅନୁପାତରେ ୩ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ରହିଛନ୍ତି ।
ଏହା ବି ପଢନ୍ତୁ- ଅଭିଯୋଗ ନଶୁଣି ଚାଲିଗଲେ ବିଡ଼ିଓ, ଗାଡି ଅଟକାଇ ଗ୍ରାମବାସୀଙ୍କ ପ୍ରତିବାଦ