ଓଡିଶା

odisha

ETV Bharat / state

ପଟ୍ଟାମୁଣ୍ଡାଇରେ ଓଲଟିଲା ସ୍କୁଲ ଅଟୋ, ଜଣେ ଛାତ୍ରୀ ମୃତ - ପଟ୍ଟାମୁଣ୍ଡାଇରେ ଓଲଟିଲା ସ୍କୁଲ ଅଟୋ

ଔପଦା ସରସ୍ବତୀ ଶିଶୁ ମନ୍ଦିରରୁ ଛାତ୍ରଛାତ୍ରୀଙ୍କୁ ନେଇ ଫେରୁଥିବାବେଳେ ଅଟୋ ଓଲଟି ପଡିବାରୁ ଜଣେ ଛାତ୍ରୀଙ୍କ ମୃତ୍ୟୁ ଘଟିଛି ।

kendrapada
ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

By

Published : Dec 7, 2019, 2:52 PM IST

କେନ୍ଦ୍ରାପଡା: ପଟ୍ଟାମୁଣ୍ଡାଇ ଔପଦା ସରସ୍ବତୀ ଶିଶୁ ମନ୍ଦିରରୁ ଛାତ୍ରଛାତ୍ରୀଙ୍କୁ ନେଇ ଫେରୁଥିବାବେଳେ ଅଟୋ ଓଲଟି ପଡିବାରୁ ଜଣେ ଛାତ୍ରୀଙ୍କ ମୃତ୍ୟୁ ଘଟିଛି । ଏହି ଘଟଣାରେ 3ଜଣ ଆହତ ହୋଇଛନ୍ତି । ମୃତ୍ୟୁବରଣ କରିଥିବା ଛାତ୍ରୀଙ୍କ ନାମ ଶୁଭସ୍ମିତା ସ୍ବାଇଁ ହୋଇଥିବାବେଳେ ସେ ଦ୍ବିତୀୟ ଶ୍ରେଣୀରେ ପଢୁଥିଲେ । ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

ଏହାପରେ ସାଧାରଣ ଲୋକେ ଅଟୋଟିକୁ ପୋଡି ଦେଇଛନ୍ତି । ଘଟଣାସ୍ଥଳରେ ସ୍ଥାନୀୟ ତହସିଲଦାର ଓ ଆଇଆଇସି ପହଞ୍ଚି ଘଟଣାର ଅନୁଧ୍ୟାନ କରୁଛନ୍ତି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details