କେନ୍ଦ୍ରାପଡ଼ା: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ସିଲ୍ କରିଥିବା କେନ୍ଦ୍ରାପଡ଼ାର ବହୁଚର୍ଚ୍ଚିତ ସାରଥୀ ଆଶ୍ରମରେ ଗତକାଲି ଭକ୍ତଙ୍କ ସମାଗମ ହୋଇଥିବା ଭିଡିଓ ଭାଇରାଲ ହେବା ପରେ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ସାରଥୀଙ୍କ ଫଟୋକୁ ଭକ୍ତମାନେ ପୂଜା କରିବା ସହ ନାମ ସଂକୀର୍ତ୍ତନ କରୁଥିବା ଭିଡ଼ିଓରେ ଦେଖିବାକୁ ମିଳିଛି ।
ସିଲ କରାଯାଇଥିବା ସମ୍ପତ୍ତି ବା ଆଶ୍ରମ ଭିତରକୁ ସାରଥୀ ଭକ୍ତ ପ୍ରବେଶ କରି ସାରଥି ଫଟୋକୁ ପୂଜା କରିବା, ନାମ ସଂକୀର୍ତ୍ତନ କରିବା ଓ ସାରଥୀ ସପକ୍ଷରେ ମତଦେବା ଆଦି ଘଟଣା ଦେଖିବାକୁ ମିଳିଛି । ତେବେ ଇଡି ଜବତ କରିଥିବା ସମ୍ପତ୍ତିକୁ କିଭଳି ସାଧାରଣ ଲୋକେ ପ୍ରବେଶ କଲେ ତାହାକୁ ନେଇ ଏବେ ସନ୍ଦେହ ଉପୁଜିଛି । ଏନେଇ ସଦର ଥାନା ଅଧିକାରୀଙ୍କୁ ପଚାରିବାରୁ ସେ ଏହି ଘଟଣା ସମ୍ପର୍କରେ କୌଣସି ସୂଚନା ପାଇନାହାନ୍ତି ବୋଲି କହିଛନ୍ତି ।