କେନ୍ଦ୍ରାପଡ଼ା : ସ୍ଥାୟୀ ନିଯୁକ୍ତି ଦାବିରେ ପୌର ସଫେଇ କର୍ମଚାରୀଙ୍କ ବିକ୍ଷୋଭ । କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ସଫେଇ ଓ ପରିମଳ ବିଭାଗରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଏହି ବିଭାଗରେ କାମ କରୁଥିବା କର୍ମଚାରୀଙ୍କ ପ୍ରତି ସରକାର ଅବହେଳା କରିଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି ।
ସ୍ଥାୟୀ ନିଯୁକ୍ତି ସମେତ ମାସିକ ଦରମା, ୬ ମାସର ପ୍ରସୂତିକାଳୀନ ଛୁଟି ଓ କାମ କରୁଥିବା ସମୟରେ ସାମାଜିକ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଖରେ ନିବେଦନ କରିଛନ୍ତି ପଟ୍ଟାମୁଣ୍ଡାଇ ମ୍ୟୁନିସିପାଲିଟିର ସଫେଇ ଓ ପରିମଳ କାର୍ଯ୍ୟରେ ନିୟୋଜିତ ସ୍ୱଚ୍ଛସାଥୀ, ସୁପରଭାଇଜର ସମୁହ କରିବାକୁ ଦାବି ହୋଇଛି। ଏହାକୁ ନେଇ ବେସରକାରୀ ସଫେଇ କର୍ମଚାରୀମାନେ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ୭ ଦଫା ସମ୍ବଳିତ ଏକ ଲିଖିତ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳଙ୍କ ମାଧ୍ୟମରେ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଛନ୍ତି । କୋଭିଡ ମହାମାରୀ ସମୟରେ ଏହି ସ୍ୱଚ୍ଛସାଥୀ ଓ ସୁପରଭାଇଜର ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କ ସେବାରେ ନିୟୋଜିତ ଥିଲେ ।