ଓଡିଶା

odisha

By

Published : Feb 22, 2023, 12:48 PM IST

ETV Bharat / state

ତହସିଲଦାରଙ୍କୁ ଆକ୍ରମଣ କଲେ ବାଲି ମାଫିଆ, ଥାନାରେ ଏତଲା

ଡେରାବିଶ୍ ତହସିଲଦାର ଅକ୍ଷୟ କୁମାର ପରିଡାଙ୍କୁ ଆକ୍ରମଣ କଲେ ବାଲି ମାଫିଆ । ଆହତ ଅବସ୍ଥାରେ ଥାନାରେ ଅଭିଯୋଗ କରାଯାଇଥିବା ସୂଚନା । ଅଧିକ ପଢନ୍ତୁ

ତହସିଲଦାରଙ୍କୁ ଆକ୍ରମଣ କଲେ ବାଲି ମାଫିଆ
ତହସିଲଦାରଙ୍କୁ ଆକ୍ରମଣ କଲେ ବାଲି ମାଫିଆ

ତହସିଲଦାରଙ୍କୁ ଆକ୍ରମଣ କଲେ ବାଲି ମାଫିଆ

କେନ୍ଦ୍ରାପଡା: ଜିଲ୍ଲାରେ ବାଲି ମାଫିଆଙ୍କ ଦୌରାତ୍ମ୍ୟ । ଦିନ ଦ୍ବିପ୍ରହରରେ ତହସିଲଦାରଙ୍କୁ କଲେ ଆକ୍ରମଣ। ୱାଇ ଫର୍ମ ମାଗିବାରୁ ଆକ୍ରମଣ କରି ତହସିଲଦାରଙ୍କୁ ଆଘାତ ଦେଇଥିବା ନେଇ ସଦର ଥାନାରେ ଅଭିଯୋଗ କରିଛନ୍ତି ତହସିଲଦାର ।

ତହସିଲଦାରଙ୍କୁ ଆକ୍ରମଣ କଲେ ବାଲି ମାଫିଆ

ଅଭିଯୋଗ ଅନୁଯାୟୀ, ଶୁକ୍ରବାର ଦିନ କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ୍ ତହସିଲଦାର ଅକ୍ଷୟ କୁମାର ପରିଡା କଟକ-ଚାନ୍ଦବାଲି ରାସ୍ତାରେ ଓଭରଲୋଡ଼ ଗାଡି ଓ ବାଲି ଗାଡି ଗୁଡିକୁ ଯାଞ୍ଚ କରୁଥିଲେ। ତାଙ୍କ ସହ ଗୁଆଳସିଂ ରାଜସ୍ୱ ସର୍କଲର ଆର.ଆଇ ଅଶୋକ ସ୍ୱାଇଁ, ଏ.ଆର.ଆଇ ଶୁଭଦର୍ଶନ ପରିଡା ମଧ୍ୟ ରହିଥିଲେ । ଏହି ସମୟରେ ଚୋରା ବାଲି ଚାଲାଣ ନେଇ ଏକ ଗୁପ୍ତ ସୂଚନା ମିଳିବାରୁ ବାଲି ଗାଡ଼ିଗୁଡିକୁ ୱାଇ ଫର୍ମ ମାଗିଥିଲେ। ତେବେ ଫର୍ମ ଦେଖାଇବାକୁ ଅସମର୍ଥ ହୋଇଥିଲେ ଡ୍ରାଇଭର । ପ୍ରକାଶଥାଉକି, ଏକ ନିର୍ଦ୍ଦିଷ୍ଟ ସୈରାତରୁ ଖଜଣା ଦେଇ ବାଲି ଉଠାଣ କରାଗଲେ ୱାଇ ଫର୍ମ ପ୍ରଦାନ କରାଯାଇଥାଏ ।

ଏହା ମଧ୍ୟ ପଢନ୍ତୁ: Somalika gets threat call: ରଫାଦଫା ପାଇଁ ଧମକ, ଥାନାରେ ଅଭିଯୋଗ କଲେ ସୋମାଲିକା

ତେବେ କିଛି ସମୟ ପରେ ଡ୍ରାଇଭର ଜଣଙ୍କ ୱାଇ ଫର୍ମ ଦେଖାଇଥିବା ବେଳେ ଏଥିରେ ସନ୍ଦେହ ଉପୁଜିବାରୁ ଗାଡିଟିକୁ ତହସିଲ କାର୍ଯ୍ୟାଳୟକୁ ନେଇ ଆସିବା ପାଇଁ ତହସିଲଦାର ନିର୍ଦ୍ଦେଶ ଦେଇଥିଲେ । ପରେ ଡ୍ରାଇଭର ଜଣଙ୍କ ବାଲି ମାଫିଆଙ୍କୁ ଫୋନ କରିବାରୁ ତିନିଜଣ ଦୁର୍ବୃତ୍ତ ଘଟଣାସ୍ଥଳରେ ପହଞ୍ଚି ପ୍ରଥମେ ତହସିଲଦାରଙ୍କ ସହ ଯୁକ୍ତିତର୍କ ଆରମ୍ଭ କରିଥିଲେ । ଏହାକୁ ତହସିଲଦାରଙ୍କ ସହ ଯାଇଥିବା କର୍ମଚାରୀ ବିରୋଧ କରିବାରୁ ଦୁର୍ବୃତ୍ ମାନେ ଆକ୍ରମଣ ଆରମ୍ଭ କରିଥିଲେ । ନିଜ ଜୀବନ ବଞ୍ଚାଇବାକୁ ଯାଇ ତହସିଲଦାର ଗାଡି ଭିତରକୁ ପଳାଇ ଆସିବା ସମୟରେ ଦୁର୍ବୃତ୍ତମାନେ ଗାଡିର ଡୋରକୁ ପିଟି ଦେବାରୁ ତହସିଲଦାରଙ୍କ ଆଣ୍ଠୁ ମାଡ଼ ହୋଇଥିଲା ।

ପ୍ରାଣ ବିକଳରେ ସେଠାରୁ ଚାଲି ଆସି ପ୍ରଥମେ ଉପ ଜିଲ୍ଲାପାଳ ଓ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ସଦର ଥାନାରେ ଲିଖିତ ଅଭିଯୋଗ କରିଥିବା ସୂଚନା ରହିଛି । ତେବେ ପୋଲିସ ବର୍ତ୍ତମାନ ସୁଦ୍ଧା କୌଣସି ଦୁର୍ବୃତ୍ତଙ୍କ ପାଖରେ ପହଞ୍ଚି ନଥିବା ନେଇ ଜଣାପଡିଛି । ଅନ୍ୟପଟେ ଲଘୁ ଖଣିଜ ସମ୍ପଦ ଲୁଟରେ ଜିଲ୍ଲା ପ୍ରଶାସନ ମୁଖ୍ୟ କାର୍ପଟଦାର ସାଜିଥିବା NGTରେ ଅଭିଯୋଗ ହୋଇଥିବା ବେଳେ ଏହାର ମାତ୍ର କେଇଦିନ ଭିତରେ ଏଭଳି ଆକ୍ରମଣ ପ୍ରଶାସନ ଓ ମାଫିଆଙ୍କ ସମ୍ପର୍କରେ ଯେ ଭଟ୍ଟା ପକାଇଛି ଏଥିରେ ଦ୍ଵିଧା ନାହିଁ ବୋଲି ଅଭିଯୋଗ ହୋଇଛି ।

ଇଟିଭି ଭାରତ, କେନ୍ଦ୍ରାପଡା

ABOUT THE AUTHOR

...view details