କେନ୍ଦ୍ରାପଡ଼ା: ନିଜ ମାଟିର ସୁରକ୍ଷା ପାଇଁ ଶହୀଦ ହୋଇଥିବା ପୋଲିସ ମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ କେନ୍ଦ୍ରାପଡ଼ା ପୋଲିସ ପରେଡ଼ ଗ୍ରାଉଣ୍ଡରେ ପାଳିତ ହୋଇଯାଇଛି ଶହୀଦ ଦିବସ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ା ଆରକ୍ଷୀ ଅଧିକ୍ଷକ ନୀତିଶେଖର ଯୋଗଦେଇ କୋରୋନା ଯୋଦ୍ଧାମାନଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । କୋରୋନା ମହାମାରୀ ସମୟରେ ଲୋକମାନଙ୍କୁ ସଚେତନ କରାଇବା ସହ ଆଇନଶୃଙ୍ଖଳା ଦିଗରେ ଯଥେଷ୍ଟ ଯତ୍ନବାନ ରହିଥିବା ଯୋଗୁଁ ପୋଲିସ ସାଧାରଣ ଲୋକଙ୍କ ପାଖରେ ପ୍ରିୟପାତ୍ର ହୋଇପାରିଛି ବୋଲି ନିଜ ଉଦବୋଧନରେ କହିଛନ୍ତି ଏସପି ।
କେନ୍ଦ୍ରାପଡ଼ାରେ ପୋଲିସ ଶହୀଦ ଦିବସ ପାଳିତ - ଶହୀଦ ଦିବସ
ଶହୀଦ ହୋଇଥିବା ପୋଲିସ ମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ କେନ୍ଦ୍ରାପଡ଼ା ପୋଲିସ ପରେଡ଼ ଗ୍ରାଉଣ୍ଡରେ ପାଳିତ ହୋଇଯାଇଛି ଶହୀଦ ଦିବସ । ଅଧିକ ପଢନ୍ତୁ...
କେନ୍ଦ୍ରାପଡ଼ାରେ ପୋଲିସ ଶହୀଦ ଦିବସ ପାଳିତ
ଏଠାରେ ସୂଚନାଯୋଗ୍ୟ ଯେ, ୧୯୫୯ ମସିହା ଅକ୍ଟୋବର ୨୧ ତାରିଖ ଦିନ ସିଆରପିଏଫ ଯବାନ ମାନେ ଭାରତୀୟ ସୀମାନ୍ତର ଲଦାଖ ଅଞ୍ଚଳରେ ରକ୍ଷା କାର୍ଯ୍ୟରେ ନିୟୋଜିତ ଥିବା ସମୟରେ ଚୀନ ସୈନ୍ୟ ମାନଙ୍କ ଆକ୍ରମଣର ଶିକାର ହୋଇ ନିଜର ମାତୃଭୂମି ପାଇଁ ପ୍ରାଣବଳି ଦେଇ ଶହୀଦ ହୋଇଥିଲେ । ସେହି ଦିନଠାରୁ ଏହି ଅଭୁଲ ସ୍ମୃତିକୁ ଚିରସ୍ମରଣୀୟ କରିବା ପାଇଁ ପ୍ରତିବର୍ଷ ୨୧ ଅକ୍ଟୋବରକୁ ଶହୀଦ ଦିବସ ରୂପେ ପାଳନ କରାଯାଉଛି ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ