କେନ୍ଦ୍ରାପଡା:ଆଜିବି ବଞ୍ଚିଛି ଅନ୍ଧବିଶ୍ବାସ ।ଜାଗ୍ରତ ଗୌରୀ ପଞ୍ଚମୀରେ ରକ୍ତ ରଞ୍ଜିତ ହେଲା ଶକ୍ତି ପୀଠ । ମନସ୍କାମନା ପୂରଣ ପାଇଁ ବଳି ପଡିଲା ଶତାଧିକ କୁକୁଡ଼ା । ଜାଗ୍ରତ ଗୌରୀ ପଞ୍ଚମୀରେ ପୁରୁଷୋତ୍ତମପୁରରେ ଥିବା ମା' ବୁଢ଼ୀ ଜାଗୁଳାଇ ମନ୍ଦିରରେ କୁକୁଡା ବଳି ଦେଇଛନ୍ତି ଭକ୍ତ । ପ୍ରଶାସନର ବିନା ଅନୁମତିରେ ଏଠାରେ କିପରି ବଳି ଦିଆଗଲା ସେନେଇ ଉଠିଛି ପ୍ରଶ୍ନ । ଯାହାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଅତି ନିର୍ଦ୍ଦୟ ଭାବେ କୁକୁଡାଙ୍କୁ ବଳି ଦିଆଯାଉଥିବା ଭିଡିଓରେ ଦେଖିବାକୁ ମିଳିଛି । ବୁଢ଼ୀ ଜାଗୁଳାଇ ମନ୍ଦିରରେ ବଳି ପ୍ରଥା ଚାଲିଥିବା ବେଳେ ଏନେଇ ପାଟକୁରା ପୋଲିସ ପାଖରେ କିନ୍ତୁ ଖବର ନଥିଲା ।
ଏହା ମଧ୍ୟ ପଢନ୍ତୁ-ଆଜିବି ଅନ୍ଧବିଶ୍ବାସ ଘେରରେ ସମାଜ, ଫାଟୁଆ ରୋଗର ଚିକିତ୍ସା ପାଇଁ ପଡୁଛି କୁକୁଡା ବଳି
ଗତକାଲି(ସୋମବାର) ଜାଗ୍ରତ ଗୌରୀ ପଞ୍ଚମୀ ଅବସରରେ କେନ୍ଦ୍ରାପଡା ଗରଦପୁର ବ୍ଲକ ପୁରସ୍ତମପୁର ସ୍ଥିତ ମା' ବୁଢ଼ୀ ଜାଗୁଳାଇ ମନ୍ଦିର ପରିସରରେ ବଳି ପ୍ରଥା ଉତ୍ସବ ଆୟୋଜିତ ହୋଇଥିଲା । ପ୍ରଶାସନର ବିନା ଅନୁମତିରେ ଏଠାରେ ଶତାଧିକ କୁକୁଡ଼ାଙ୍କୁ ବଳି ଦିଆଯାଇଥିଲା। ଦ୍ୱାଦଶ ଶତାବ୍ଦୀରେ ରାଜା ଦିଗମ୍ବର ଗରଦପୁରରେ ବଳଦେବଜୀଉ ମନ୍ଦିର ସମେତ ମା' ବୁଢ଼ୀ ଜାଗୁଳାଇ ମନ୍ଦିର ପ୍ରତିଷ୍ଠା କରିଥିଲେ। ସେହିଦିନ ଠାରୁ ଏଠାରେ ନର ବଳି ମଧ୍ୟ ଦିଆଯାଉଥିବା ଲୋକଶ୍ରୁତି ରହିଛି । ଜାଗ୍ରତ ଗୌରୀ ପଞ୍ଚମୀରେ ବଳି ପ୍ରଥା ଦେଖିବାକୁ ମନ୍ଦିର ପରିସରରେ ହଜାରହଜାର ଲୋକଙ୍କ ଭିଡ଼ ଜମିଥିଲା । କିନ୍ତୁ ଏନେଇ ସ୍ଥାନୀୟ ପୋଲିସ ନିକଟରେ କିନ୍ତୁ ଖବର ନଥିଲା ।