ଓଡିଶା

odisha

ETV Bharat / state

ମିଳିବ ଜାତୀୟ ସାହସିକତା ସମ୍ମାନ; ଦିଲ୍ଲୀ ଅଭିମୁଖେ ଦୁଇ ସାହସୀ ଭଉଣୀ - ନିପାଣିଆ ଯାତ୍ରୀବାହୀ ଡଙ୍ଗା ଦୁର୍ଘଟଣା

ନିପାଣିଆ ଯାତ୍ରୀବାହୀ ଡଙ୍ଗା ଦୁର୍ଘଟଣାରେ ସାହସିକତା ପ୍ରଦର୍ଶନ କରିଥିବା କେନ୍ଦ୍ରାପଡାର ଦୁଇ ଭଉଣୀଙ୍କୁ ଆସନ୍ତା ସାଧାରଣତନ୍ତ୍ର ଦିବସରେ ମିଳିବ ଜାତୀୟ ପୁରସ୍କାର । ଏନେଇ ସେମାନେ ଦିଲ୍ଲୀ ଯାତ୍ରା କରିଛନ୍ତି । ଅଧିକ ପଢନ୍ତୁ....

Sabita and purnima travelling to Delhi
ଜାତୀୟ ପୁରସ୍କାର ପାଇବାକୁ ଦିଲ୍ଲୀ ଗଲେ ସବିତା ଓ ପୂର୍ଣ୍ଣିମା

By

Published : Jan 20, 2020, 9:43 AM IST


କେନ୍ଦ୍ରାପଡା: ଆସନ୍ତା ସାଧାରଣତନ୍ତ୍ର ଦିବସରେ କେନ୍ଦ୍ରାପଡାର ଦୁଇ ସାହସୀ ଭଉଣୀଙ୍କୁ ମିଳିବ ଜାତୀୟ ପୁରସ୍କାର । ସେଥିପାଇଁ ଦିଲ୍ଲୀ ବାହାରିଛନ୍ତି ସବିତା ଓ ପୂର୍ଣ୍ଣିମା । ଦୁଇ ଭଉଣୀ ରାଜଧାନୀ ଏକ୍ସପ୍ରେସ ଯୋଗେ ଦିଲ୍ଲୀ ଯାତ୍ରା କରିଛନ୍ତି । ସେମାନଙ୍କ ଏହି ଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ଗତ ଅକ୍ଟୋବର ମାସରେ ସେମାନଙ୍କୁ ଜାତୀୟ ପୁରସ୍କାର ମିଳିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିଲା ।

ମିଳିବ ଜାତୀୟ ସାହସିକତା ସମ୍ମାନ; ଦିଲ୍ଲୀ ଅଭିମୁଖେ ଦୁଇ ସାହସୀ ଭଉଣୀ

ଗତବର୍ଷ ଜାନୁଆରୀ ୨ ତାରିଖ ରାତିରେ ହୁକିଟୋଲାରୁ ପିକନିକ କରି ଫେରିବା ବେଳେ ନିପାଣିଆ ନିକଟରେ ଏକ ଯାତ୍ରୀବାହୀ ଡଙ୍ଗା ବୁଡିଯାଇଥିଲା । ଡଙ୍ଗା ବୁଡିଯିବା ପରେ ଯାତ୍ରୀଙ୍କ ଚିତ୍କାର ଶୁଣି ପାଖ ଗାଁର ଦୁଇ ଭଉଣୀ ସବିତା ଓ ପୂର୍ଣ୍ଣିମା ଉଦ୍ଧାର କାର୍ଯ୍ୟରେ ଲାଗିଯାଇଥିଲେ । ପ୍ରବଳ ଶୀତ ସାଙ୍ଗକୁ ମାଳମାଳ କୁମ୍ଭୀରଙ୍କ ଉପସ୍ଥିତି ସତ୍ତ୍ବେ ଦୁଇ ଭଉଣୀ ଜୀବନକୁ ଖାତିର ନକରି ପ୍ରାୟ 10ରୁ ଉର୍ଦ୍ଧ୍ବ ଲୋକଙ୍କୁ ଉଦ୍ଧାର କରିଥିଲେ । ଏପରିକି ଦୁଇ ଭଉଣୀ ପାଟି କରି ଅନ୍ୟମାନଙ୍କୁ ଡାକ ପକାଇଥିଲେ । ଯାହାଦ୍ବାରା ଅନ୍ୟମାନଙ୍କୁ ଉଦ୍ଧାର କରାଯାଇପାରିଥିଲା ।

ଏହି ଘଟଣାରେ 10 ଜଣ ମୃତ୍ୟୁବରଣ କରିଥିବା ବେଳେ 44 ଜଣଙ୍କୁ ଉଦ୍ଧାର କରାଯାଇଥିଲା । ଦୁଇ ଭଉଣୀଙ୍କ ସାହସିକତା ପାଇଁ ବେଶ ପ୍ରଶଂସା କରାଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ସମେତ ବିଭିନ୍ନ ମହଲରେ ସେମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କ ନାମକୁ ଜାତୀୟ ସାହସିକତା ପୁରସ୍କାର ପାଇଁ ପଠାଯାଇଥିଲା । ଅକ୍ଟୋବର ମାସରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସେମାନଙ୍କୁ ଜାତୀୟ ପୁରସ୍କାର ମିଳିବ ବୋଲି ଘୋଷଣା କରାଯାଇଥିଲା । ସେମାନଙ୍କୁ ନେଇ ଜିଲ୍ଲାବାସୀ ବେଶ ଗର୍ବିତ ବୋଲି ପ୍ରକାଶ କରିଛନ୍ତି ।

ଦୁଇଭଉଣୀ ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ ସମୟରେ ସେମାନଙ୍କ ଅଞ୍ଚଳରେ ବିଦ୍ୟୁତ, ସେତୁ, ରାସ୍ତାଘାଟ, ପାନୀୟ ଜଳ ସୁବିଧା ପାଇଁ ଦାବି ଉଠାଇଥିଲେ। ହେଲେ ବହୁମାସ ବିତିଯାଇଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ । ସରକାର କେବଳ ସମ୍ମାନ ଦେଇ ନିଜ କର୍ତ୍ତବ୍ୟ ସାରିଦେବାକୁ ନ ଚାହିଁ ଭିତ୍ତିଭୂମିର ଉନ୍ନତି ପାଇଁ ପଦକ୍ଷେପ ଗ୍ରହଣ କଲେ ଏପରି ଦୁର୍ଘଟଣାର ପୁନରାବୃତ୍ତି ହୁଅନ୍ତା ନାହିଁ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details