ଓଡିଶା

odisha

ETV Bharat / state

ସୂଚନା ଅଧିକାର କର୍ମୀଙ୍କ ମୃତ୍ୟୁ; କେନ୍ଦ୍ରାପଡାରେ ବାହାରିଲା ପ୍ରତିବାଦ ରାଲି - କେନ୍ଦ୍ରାପଡାରେ ପ୍ରତିବାଦ ରାଲି

ଓଡିଶା ସୂଚନା ଅଧିକାର ଅଭିଯାନ(OSAA)ର କେନ୍ଦ୍ରାପଡ଼ା ଜିଲ୍ଲା ସଂଯୋଜକ ରଞ୍ଜନ ଦାସଙ୍କ ମୃତ୍ୟୁ ଘଟଣା ଉପରେ ପୋଲିସର ନୀରବତା ଓ ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡକୁ ଦୁର୍ଘଟଣାଜନିତ ମୃତ୍ୟୁର ରୂପ ଦେଇ ପୋଲିସ ଚୁପ ବସିବା ପ୍ରତିବାଦରେ ଗର୍ଜିଛନ୍ତି ଜିଲ୍ଲାର ବିଭିନ୍ନ ସାମାଜିକ କର୍ମୀ ସଙ୍ଗଠନ ଓ ବୁଦ୍ଧିଜୀବି ।

kendrapara latest news, protest rally in kendrapara, rti worker's death issue, ରାଜ୍ୟ ସୂଚନା ଅଧିକାର କର୍ମୀଙ୍କ ମୃତ୍ୟୁ ଘଟଣା, କେନ୍ଦ୍ରାପଡାରେ ପ୍ରତିବାଦ ରାଲି, କେନ୍ଦ୍ରାପଡା ଲାଟେଷ୍ଟ ନ୍ୟୁଜ୍‌
ରାଜ୍ୟ ସୂଚନା ଅଧିକାର କର୍ମୀଙ୍କ ମୃତ୍ୟୁ; କେନ୍ଦ୍ରାପଡାରେ ବାହାରିଲା ପ୍ରତିବାଦ ରାଲି

By

Published : Feb 27, 2020, 5:23 AM IST

କେନ୍ଦ୍ରାପଡା: ଓଡିଶା ସୂଚନା ଅଧିକାର ଅଭିଯାନ(OSAA)ର କେନ୍ଦ୍ରାପଡ଼ା ଜିଲ୍ଲା ସଂଯୋଜକ ରଞ୍ଜନ ଦାସଙ୍କ ମୃତ୍ୟୁ ଘଟଣାକୁ ପୁରିଛି 26 ଦିନ। ଏହି ମୃତ୍ୟୁ ଘଟଣା ଉପରେ ପୋଲିସର ନୀରବତା ଓ ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡକୁ ଦୁର୍ଘଟଣାଜନିତ ମୃତ୍ୟୁର ରୂପ ଦେଇ ପୋଲିସ ଚୁପ ବସିବା ପ୍ରତିବାଦରେ ଗର୍ଜିଛନ୍ତି ଜିଲ୍ଲାର ବିଭିନ୍ନ ସାମାଜିକ କର୍ମୀ ସଙ୍ଗଠନ ଓ ବୁଦ୍ଧିଜୀବି । ଏନେଇ ବୁଧବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରୁ କେନ୍ଦ୍ରାପଡ଼ା ଏସପିଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ହାତରେ ପୋଲିସ ବିରୋଧୀ ପ୍ଲାକାର୍ଡ ଧରି ଅନୁଷ୍ଠିତ ହୋଇଛି ଏକ ବିଶାଳ ପଦଯାତ୍ରା ।

ରାଜ୍ୟ ସୂଚନା ଅଧିକାର କର୍ମୀଙ୍କ ମୃତ୍ୟୁ; କେନ୍ଦ୍ରାପଡାରେ ବାହାରିଲା ପ୍ରତିବାଦ ରାଲି

ଏହି ପ୍ରତିବାଦ ଶୋଭାଯାତ୍ରାରେ OSAA ରାଜ୍ୟ ଆବାହକ ପ୍ରଦୀପ ପ୍ରଧାନ, କେନ୍ଦ୍ରାପଡ଼ା ଜିଲ୍ଲା ସୂଚନା ଅଧିକାର କର୍ମୀ ପ୍ରତାପ ମହାନ୍ତି, ଦଳିତ ମଞ୍ଚ ସଂଯୋଜକ ନଗେନ୍ଦ୍ର ଜେନା ପ୍ରମୁଖ ଯୋଗ ଦେଇଥିଲେ । ଜିଲ୍ଲାରେ ହେଉଥିବା ବିଭିନ୍ନ ସରକାରୀ କଳରେ ଦୁର୍ନୀତି ଓ ରାଜନେତାମାନେ କରୁଥିବା ଦୁର୍ନୀତିର ରଞ୍ଜନ ପର୍ଦ୍ଦାଫାଶ କରିବା ସହିତ ଲୋକାୟୁକ୍ତଙ୍କ ନିକଟରେ ମାମଲା ରୁଜୁ କରୁଥିବାରୁ ତାଙ୍କୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ ହୋଇଛି।

ସେପଟେ ସାମାଜିକ କର୍ମୀ ପୋଲିସ ମହାନିର୍ଦ୍ଦେଶକଙ୍କୁ ଭେଟି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି । ଏଥିସହ ହତ୍ୟାକାଣ୍ଡ ସମ୍ପର୍କରେ କଂଗ୍ରେସ ଓ ବିଜେପି ଭଳି ରାଜନୈତିକ ଦଳ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବାରୁ ଏଭଳି ଏକ ରାଲି ମାଧ୍ୟମରେ ସରକାରଙ୍କୁ କଠୋର ସମାଲୋଚନା କରିଛନ୍ତି ଶୋଭାଯାତ୍ରାକାରୀ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details