ଓଡିଶା

odisha

ETV Bharat / state

ଶୋଇଥିବା ବେଳେ ଘରେ ପଶି ଲୁଟ - କେନ୍ଦ୍ରାପଡାରେ ଘରେ ପଶି ଲୁଟ

କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ପଳାଶପୁର ଗ୍ରାମରେ ଶୋଇଥିବା ସମୟରେ ଘରେ କଳାକନା ବୁଲାଇଲେ 3 ଦୁର୍ବୁତ୍ତ । ୫୦,୦୦୦ ଟଙ୍କା ସମେତ ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟି ନେଇଛନ୍ତି ଏହି ଦୁର୍ବୁତ୍ତ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

By

Published : Sep 24, 2019, 7:09 AM IST

କେନ୍ଦ୍ରାପଡା: ଶୋଇଥିବା ସମୟରେ ଘରେ କଳାକନା ବୁଲାଇଲେ 3 ଦୁର୍ବୁତ୍ତ । ୫୦,୦୦୦ ଟଙ୍କା ସମେତ ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟି ନେଇଛନ୍ତି ଏହି ଦୁର୍ବୁତ୍ତ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ପଳାଶପୁର ଗ୍ରାମରେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

ସୂଚନା ମୁତାବକ, ରବିବାର ରାତିରେ ଗ୍ରାମର ଗୋପବନ୍ଧୁ ଶତପଥୀ ଏବଂ ସ୍ତ୍ରୀ ମିନତୀ ଶତପଥୀ ଘରେ ଶୋଇଥିବା ବେଳେ ରାତି ପ୍ରାୟ ୨ ଟା ୩୦ ମିନିଟ ସମୟରେ ୩ଜଣ ଦୁର୍ବୃତ୍ତ କବାଟ ଭାଙ୍ଗି ଘରେ ପ୍ରବେଶ କରିଥିଲେ । ଏହାପରେ ମାରଣାସ୍ତ୍ର ଦେଖାଇ ଉଭୟଙ୍କୁ ବାନ୍ଧିବା ପରେ ଲୁଟ ଆରମ୍ଭ କରିଥିଲେ । ଘରେ ଥିବା ନଗଦ ୫୦,୦୦୦ଟଙ୍କା ସମେତ ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟି ନେଇଯାଇଥିଲେ ।

ଏନେଇ ଗୋପବନ୍ଧୁ ମାର୍ଶାଘାଇ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details