ଓଡିଶା

odisha

ETV Bharat / state

ବନ୍ୟାଜଳରେ ଭାସିଗଲା ରାସ୍ତା, ପାଣି ଘେରରେ ୩ଶହ ପରିବାର - କେନ୍ଦ୍ରାପଡ଼ାରେ ବନ୍ୟାଜଳରେ ଭାସିଗଲା ରାସ୍ତା

ଲଗାଣ ବର୍ଷା ଯୋଗୁଁ କେନ୍ଦ୍ରାପଡ଼ାରେ ବନ୍ୟା ପରିସ୍ଥିତି ସୃଷ୍ଟି । ବନ୍ୟାଜଳରେ ଗାଁର ମୁଖ୍ୟରାସ୍ତା ଭାସି ଯିବାରୁ ରତନପୁର ଓ ଦଶମାଣକୂଳ ଅଞ୍ଚଳ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି ।

road washed away for heavy rainfall in kendrapada
ବନ୍ୟାଜଳରେ ଭାସିଗଲା ରାସ୍ତା, ପାଣି ଘେରରେ ୩ଶହ ପରିବାର

By

Published : Aug 15, 2022, 10:35 PM IST

କେନ୍ଦ୍ରାପଡ଼ା: ହୀରାକୁଦରୁ ବନ୍ୟାଜଳ ଆସିବା ପରେ ତଳିଆ ଅଞ୍ଚଳ ନଦୀ ଗୁଡିକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଲଗାଣ ବର୍ଷା ଯୋଗୁଁ ବନ୍ୟାଜଳ ନଦୀ ଉପରକୁ ଉଠି ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇଛି । ବିଶେଷ କରି କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ ମଙ୍ଗରାଜପୁର ପଞ୍ଚାୟତର ରତନପୁର, ଦଶମାଣକୂଳ, ଉପର ବଟିରାର ୩ଶହରୁ ଉର୍ଦ୍ଧ୍ବ ପରିବାର ପାଣି ଘେରରେ ଅଛନ୍ତି ।

ବନ୍ୟାଜଳରେ ଭାସିଗଲା ରାସ୍ତା, ପାଣି ଘେରରେ ୩ଶହ ପରିବାର

ଗାଁକୁ ଯିବା ପାଇଁ ମୁଖ୍ୟ ରାସ୍ତା କଲର୍ଭଟର ଆପ୍ରୋଚ ରୋଡ଼ ବନ୍ୟାସ୍ରୋତରେ ଧୋଇ ହୋଇଯାଇଛି । ବାଲିବସ୍ତା ପକାଇ ଆପ୍ରୋଚ ରୋଡକୁ ରକ୍ଷା କରିବାକୁ ଗ୍ରାମବାସୀ ଉଦ୍ୟମ କରିଛନ୍ତି । ଗ୍ରାମବାସୀ କହିଛନ୍ତି "ବର୍ଷା ହେବାର ଦୁଇ ଦିନ ପୂର୍ବରୁ ବ୍ରିଜଟି ତିଆରି ହୋଇଥିଲା । ଲଘୁଚାପ ଜନିତ ବର୍ଷା ଯୋଗୁଁ ୭୫ ଭାଗ ଭାସିଯାଇଛି । ଫଳରେ ରତନପୁର ଓ ଦଶମାଣକୂଳ ଅଞ୍ଚଳ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି ।" ତେବେ ବର୍ତ୍ତମାନ ସୁଦ୍ଧା କୌଣସି ସରକାରୀ ଅଧିକାରୀ ବନ୍ୟା ବିପନ୍ନଙ୍କ ପାଖକୁ ଆସିନଥିବା ଗ୍ରାମବାସୀ କହିଛନ୍ତି । ଅପରପକ୍ଷେ ପ୍ରଶାସନ ବନ୍ୟା ଅଞ୍ଚଳ ପ୍ରତି ସମ୍ପୂର୍ଣ୍ଣ ସଜାଗ ରହିଥିବା ଜିଲ୍ଲା ଅଧିକାରୀ କହିଛନ୍ତି ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ABOUT THE AUTHOR

...view details