ଓଡିଶା

odisha

ETV Bharat / state

ହେଲମେଟ ନ ପିନ୍ଧିଲେ ବାଇକ ଆରୋହୀଙ୍କୁ ଧରୁଛି ଯମ

କେନ୍ଦ୍ରାପଡାରେ ୩୨ତମ ଜାତୀୟ ସଡ଼କ ସୁରକ୍ଷା ମାସ ପାଳିତ । ନାଟକ ମାଧ୍ୟମରେ ଲୋକଙ୍କୁ ସଡକ ସୁରକ୍ଷା ସଚେତନତା ବାର୍ତ୍ତା । ଅଧିକ ପଢନ୍ତୁ...

ପଥପ୍ରାନ୍ତ ନାଟକ ମାଧ୍ୟମରେ ସଡକ ସୁରକ୍ଷା ସଚେତନତା ବାର୍ତ୍ତା
ପଥପ୍ରାନ୍ତ ନାଟକ ମାଧ୍ୟମରେ ସଡକ ସୁରକ୍ଷା ସଚେତନତା ବାର୍ତ୍ତା

By

Published : Feb 12, 2021, 9:43 PM IST

କେନ୍ଦ୍ରାପଡା: ୩୨ତମ ଜାତୀୟ ସଡ଼କ ସୁରକ୍ଷା ମାସ ଉପଲକ୍ଷେ କେନ୍ଦ୍ରାପଡା ସହରରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ଓ ଆନ୍ତର୍ଜାତିକ ମାନବାଧିକାର ଏବଂ ମିଡିଆ ସଙ୍ଗଠନର ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।

ହେଲମେଟ ନ ପିନ୍ଧିଲେ ବାଇକ ଆରୋହୀଙ୍କୁ ଧରୁଛି ଯମ

କେନ୍ଦ୍ରାପଡା ସହରର ଦୁହୁରିଆ ଠାରୁ ଇଚ୍ଛାପୁର ରଥଦାଣ୍ଡ ପଥ ଅତିକ୍ରାନ୍ତ ନାଟକ ଓ ରୋଡସୋ ମାଧ୍ୟମରେ ଲୋକମାନଙ୍କୁ ସଚେତନ କରାଯାଇଥିଲା । ହେଲମେଟ ପିନ୍ଧି ନଥିବା ବାଇକ ଆରୋହୀମାନଙ୍କୁ ଜମରାଜ ଧରିଆଣି ଚିତ୍ରଗୁପ୍ତଙ୍କ ମାଧ୍ୟମରେ ସେମାନଙ୍କ ପାଞ୍ଜି ଦେଖିବା ସହିତ କିପରି ଦଣ୍ଡ ବିଧି ଧାର୍ଯ୍ଯ କରାଯାଏ ପଥପ୍ରାନ୍ତ ନାଟକ ମାଧ୍ୟମରେ ସଚେତନ କରୁଥିବାର ଦେଖିବାକୁ ମିଳିଛି । ଏହି କାର୍ଯ୍ୟକ୍ରମକୁ ପଥଚାରୀମାନେ ବହୁମାତ୍ରାରେ ଉପଭୋଗ କରିବା ସହ ସଚେତନ ମଧ୍ୟ ହୋଇଛନ୍ତି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details