ଓଡିଶା

odisha

ETV Bharat / state

ସୁଧୁରୁନି ରାସ୍ତାର ଦୂରାବସ୍ଥା, ପ୍ରଶାସନ ଜଳକା - ନିର୍ବାହି ଅଧିକାରୀ

ଓଡିଶାର ସର୍ବପୁରାତନ ମ୍ୟୁନିସପାଲଟି କେନ୍ଦ୍ରାପଡ଼ା । ହେଲେ ଏଠାରେ ରାସ୍ତାର ଅବସ୍ଥା ଏବେ ନକହିବା ଭଲ । ରାସ୍ତାରେ ସୃଷ୍ଟି ହୋଇଛି କୁତ୍ରିମ ପୋଖରୀ । ସହରର ତିନିମୁହାଣୀ ଠାରୁ ଆରମ୍ଭ କରି ବଳଦେବଜୀଉଙ୍କ ମନ୍ଦିର ରାସ୍ତା ସାଜିଛି ମରଣଯନ୍ତା । ଅଧିକ ପଢନ୍ତୁ...

କେନ୍ଦ୍ରାପଡା ସହରରେ ବିପର୍ଯ୍ୟସ୍ତ ରାସ୍ତା ବ୍ୟବସ୍ଥା, ନିର୍ବାହି ଅଧିକାରୀ ଚୁପ
କେନ୍ଦ୍ରାପଡା ସହରରେ ବିପର୍ଯ୍ୟସ୍ତ ରାସ୍ତା ବ୍ୟବସ୍ଥା, ନିର୍ବାହି ଅଧିକାରୀ ଚୁପ

By

Published : Oct 21, 2021, 7:29 PM IST

କେନ୍ଦ୍ରାପଡା: ସହରରେ ବିପର୍ଯ୍ୟସ୍ତ ହୋଇପଡିଛି ରାସ୍ତା ଅବସ୍ଥା । ରାସ୍ତା ଗୁଡିକ ଖାଲ ଖମାରରେ ଭର୍ତ୍ତି ହୋଇଥିବା ବଳେ ବର୍ଷା ହେଲେ ଅଣ୍ଠୁଏ ପାଣି ଜମି ରହୁଛି । ଫଳରେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସହରବାସୀ । ଓଡିଶାର ସର୍ବପୂରାତନ ମ୍ୟୁନିସପାଲଟି କେନ୍ଦ୍ରାପଡ଼ା ହୋଇଥିବା ବେଳେ ଏଠାରେ କିନ୍ତୁ ରାସ୍ତାର ଏପରି ଅବସ୍ଥା ସହରବାସୀଙ୍କୁ ବ୍ୟଥିତ କରିଛି । ସହରର ତିନିମୁହାଣୀ ଠାରୁ ଆରମ୍ଭ କରି ବଳଦେବଜୀଉଙ୍କ ମନ୍ଦିର ପର୍ଯ୍ୟନ୍ତ ସମ୍ପୂର୍ଣ ବିପର୍ଯ୍ୟସ୍ତ ହୋଇପଡିଛି ରାସ୍ତାର ଅବସ୍ଥା । ଫଳରେ ଜାତାୟତ ସମୟରେ ଅନେକ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି ସହରବାସୀ ।

କେନ୍ଦ୍ରାପଡା ସହରରେ ବିପର୍ଯ୍ୟସ୍ତ ରାସ୍ତା ବ୍ୟବସ୍ଥା, ନିର୍ବାହି ଅଧିକାରୀ ଚୁପ

ସହରର ମୁଖ୍ୟ ରାସ୍ତା ତିନିମୁହାଣୀ, ମହିପାଳ, କୋର୍ଟ ପାର୍ଶ୍ୱ ମେଡିକାଲ ରୋଡ଼(ଖଡ଼ିଅଙ୍ଗ),ଏସବିଆଇ ମୁଖ୍ୟ ଶାଖା ସମ୍ମୁଖ, କାକଟପୁରରୁ ଲକ ପୋଲ, ଗୋପ ପାଦପଦ୍ମ ପୋଖରୀ ଇତ୍ୟାଦି ରାସ୍ତାରେ ପ୍ରତିଦିନ ଛୋଟମୋଟ ଦୁର୍ଘଟଣା ଘଟୁଥିବା ବେଳେ ଅନେକ ଗୁରୁତର ଆହତ ହେଉଥିବା ଅଭିଯୋଗ ମଧ୍ୟ ହୋଉଛି। ସହରକୁ ପ୍ରତ୍ୟେକ ଦିନ ଅନ୍ୟୁନ ତିନିଲକ୍ଷରୁ ଉର୍ଦ୍ଧ୍ବ ଲୋକ ଯାତାୟତ କରିଥାନ୍ତି । ହେଲେ ବିପର୍ଯ୍ୟସ୍ତ ରାସ୍ତା ଯୋଗୁଁ ଅନେକ ଲୋକ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ରାସ୍ତା ମରାମତି ପାଇଁ ନିର୍ବାହି ଅଧିକାରୀଙ୍କୁ ବାରମ୍ଭାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ପଦକ୍ଷପ ଗ୍ରହଣ କରାଯାଉନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଏଥି ସହ ପୌରପାଳିକା କରୁଥିବା କାମ କେବଳ ଠିକାଦାର ପୋଷଣ ବୋଲି ଅଭିଯୋଗ ହୋଇଥିବା ବେଳେ ନିର୍ବାହୀ ଅଧିକାରୀଙ୍କୁ ଅଭିଯୋଗ କଲେ "ମୋର ଲମ୍ବା ହାତ ଅଛି, ମୁଁ କାମ କରିବା ପାଇଁ ଏଠି ବସିନାହିଁ" ବୋଲି ଉତ୍ତର ମିଳୁଥିବା କ୍ଷୋଭର ସହ କହିଛନ୍ତି ସହର ବାସିନ୍ଦା।

ତେବେ ଏ ସମସ୍ୟା ଆଜିର ନୁହଁ ଦିର୍ଘ ୧୦ମାସ ହେଲା ଏଭଳି ସମସ୍ୟାରେ ଜର୍ଜରିତ ହେଉଛନ୍ତି ସହରବାସୀ । ଦିର୍ଘ ୪ବର୍ଷରୁ ଉର୍ଦ୍ଧ୍ବ ସମୟ ହେବ କେନ୍ଦ୍ରାପଡାରେ ପୌର ନିର୍ବାଚନ ବନ୍ଦ ହେବା ଓ ପ୍ରଶାସନର ମନମାନୀ ଯୋଗୁ ସହରର ଜନସାଧାରଣ ରାସ୍ତା ଜନିତ ସମସ୍ୟା ସହ ଡ୍ରେନେଜ ଭଳି ସମସ୍ୟାର ସମ୍ମୁଖୀନ ହେଉଥିବା କହିଛନ୍ତି ପୂର୍ବତନ କାଉନସିଲର । ଏନେଇ ପୌରପାଳିକାର ଅଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ଉପ ଜିଲ୍ଲାପାଳଙ୍କୁ ପଚାରିବାରୁ ସେ ପୂଜା ପୁର୍ବରୁ ରାସ୍ତାକାମ ମରାମତି ହେବ ବୋଲି କହିଥିଲେ। କିନ୍ତୁ ପୂଜା ଆରମ୍ଭ ହୋଇଯାଇଥିଲେ ମଧ୍ୟ କାହିଁକି କାମ ଆରମ୍ଭ ହୋଇନାହିଁ ବୋଲି ଏବେ ସାଧାରଣରେ ଉଠିଛି ପ୍ରଶ୍ନ।

ତେବେ ଗତ ଅଗଷ୍ଟ ମାସରେ ସହରର ଏକ କୁନିଝିଅ ରାସ୍ତାର ଦୁରାବସ୍ଥା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । ଯାହା ପୌରପ୍ରଶାସନର ଭୂମିକାକୁ ନେଇ ଅଟ୍ଟହାସ୍ୟ କରିଥିଲେ ସୁଦ୍ଧା ଗଣପର୍ବ ପୁର୍ବରୁ ରାସ୍ତା ମରାମତି ନକରାଇବା ବାସ୍ତବିକ ପୌର ଓ ଜିଲ୍ଲା ପ୍ରଶାସନର ସ୍ଥାଣୁତାକୁ ପ୍ରତିପାଦିତ କରୁଛି।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details