କେନ୍ଦ୍ରାପଡ଼ା: ଗରାପୁର ନିକଟରେ ଏକ ଅଟୋ ଓଲଟି 6 ଜଣ ଯାତ୍ରୀ ଆହତ ହୋଇଛନ୍ତି । ଆହତ ଯାତ୍ରୀଙ୍କ ମଧ୍ୟରେ ଜଣେ 3 ମାସ ଏବଂ ଆଉ ଜଣେ ଦେଢ଼ ବର୍ଷର ଶିଶୁ ଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁଯାୟୀ, ପଳସିଂହା ଗ୍ରାମର ଏକ ପରିବାର ନିଜର ଦୁଇଜଣ ଶିଶୁଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଏକ ଅଟୋ ଯୋଗେ ଆସୁଥିଲେ ।
ତେବେ କଟକ-ଚାନ୍ଦବାଲି ରାସ୍ତାର ଗରାପୁର ଛକ ଠାରେ ଭାରସାମ୍ୟ ହରାଇ ଅଟୋଟି ରାସ୍ତା ତଳକୁ ଓଲଟି ପଡିଥିଲା l ଅଟୋରେ ଥିବା କବିତା ରାଉତ, ସସ୍ମିତା ରାଉତ, ରାଜକିଶୋର ବିଶ୍ଵାଳ, ମନସ୍ଵିନୀ ବିଶ୍ଵାଳ ଆହତ ହୋଇଥିବା ବେଳେ 3 ମାସ ଏବଂ ଦେଢ ବର୍ଷର ଶିଶୁଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି ।