କେନ୍ଦ୍ରାପଡା:ରାସନ କାର୍ଡଧାରୀଙ୍କୁ କୋରୋନା ପାଇଁ ତିନି ମାସର ଆଗୁଆ ଖାଉଟି ସାମଗ୍ରୀ ଯୋଗାଇ ଦେବାକୁ କେନ୍ଦ୍ର ସରକାର ଘୋଷଣା କରିଥିଲେ । ମୁଣ୍ତ ପିଛା ତିନି କେଜି ଚାଉଳ ଓ 1କେଜି ଡାଲି ଯୋଗାଇ ଦେବାକୁ କହିଥିଲେ । ହେଲେ କେନ୍ଦ୍ରାପଡାରେ ରାସନ କାର୍ଡଧାରୀଙ୍କୁ ଡାଲି ମିଳି ନ ଥିବା ଅଭିଯୋଗ ହୋଇଛି । ହେଲେ କାର୍ଡଧାରୀଙ୍କୁ ଡାଲି ମିଳି ନଥିବା ଅଭିଯୋଗ ହୋଇଥିଲା । ତିନିଦିନ ପୂର୍ବରୁ ଖୁବଶୀଘ୍ର ରାସନକାର୍ଡ ଧାରୀ ମାନଙ୍କୁ ଡାଲି ଯୋଗାଇଦେବା ନେଇ କର୍ମୀମାନେ କେନ୍ଦ୍ରାପଡା ଜିଲ୍ଲାପାଳ ଏବଂ ମହାକାଳପଡ଼ା ବିଡିଓଙ୍କୁ ଦାବି ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିବାରୁ କର୍ମୀମାନେ ଅନଶନରେ ବସିଥିଲେ ।
ରାସନକାର୍ଡଧାରୀଙ୍କୁ ଡାଲି ଯୋଗାଣ ଦାବିରେ ସୂଚନା ଅଧିକାର କର୍ମୀମାନଙ୍କ ଅନଶନ - Right to information workers are on a hunger strike
ରାସନକାର୍ଡଧାରୀଙ୍କୁ ଡାଲି ଯୋଗାଣ ଦାବିରେ ସୂଚନା ଅଧିକାର କର୍ମୀମାନଙ୍କ ଅନଶନ। ପ୍ରତିଶୃତି ପରେ ଧାରଣା ପ୍ରତ୍ୟାହୃତ। ଅଧିକ ପଢନ୍ତୁ...
ରାସନକାର୍ଡଧାରୀଙ୍କୁ ଡାଲି ଯୋଗାଣ ଦାବିରେ ସୂଚନା ଅଧିକାର କର୍ମୀମାନଙ୍କ ଅନଶନ
ତେବେ ମହାକାଳପଡ଼ା ବିଡ଼ିଓ ଅନଶନ ସ୍ଥଳରେ ପହଁଚି ଡାଲି ବ୍ଲକରେ ନପହଁଚିବା କାରଣରୁ ସାଧାରଣରେ ଯୋଗାଣ ବ୍ୟବସ୍ଥା ତ୍ବରାନ୍ବିତ ହୋଇ ପାରିନଥିବା ଦର୍ଶାଇଥିଲେ । ଏ ସମସ୍ୟାର ସମାଧାନ ହୋଇଯିବ ବୋଲି କହିବା ପରେ ସୂଚନା ଅଧିକାର କର୍ମୀମାନେ ଅନଶନ ପ୍ରତ୍ୟାହୃତ କରିଛନ୍ତି ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ