କେନ୍ଦ୍ରାପଡା:ବୁଧବାରଠୁ କେନ୍ଦ୍ରାପଡାରେ ଖୋଲିବ ଜିଲ୍ଲାର ଧାର୍ମିକ ଅନୁଷ୍ଠାନ/ପୂଜାପାଠ ସ୍ଥାନ। କେବଳ ସର୍ବସାଧାରଣ ଦର୍ଶନ ପାଇଁ ଖୋଲିବ ମନ୍ଦିର ଓ ଧର୍ମାନୁଷ୍ଠାନ। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଭକ୍ତ ଓ ପର୍ଯ୍ୟଟକଙ୍କ ପାଇଁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି।
କୋଭିଡ ଗାଇଡ଼ଲାଇନ ଅନୁପାଳନ କରି ଭକ୍ତମାନେ ଦର୍ଶନ କରିପାରିବେ । ଫେସ୍ ମାସ୍କ ପିନ୍ଧିବା,ଦୁଇ ଜଣଙ୍କ ମଧ୍ୟରେ ଦୁଇ ଫୁଟର ସାମାଜିକ ଏବଂ ଶାରୀରିକ ଦୂରତା ବଜାୟ ରଖିବା,ନିୟମିତ ହାତ ପରିଷ୍କାର ରଖିବା ନିର୍ଦ୍ଦେଶ ଦିଆଯାଇଛି । ମନ୍ଦିରରେ କୌଣସି ଭକ୍ତଙ୍କୁ ରୀତିନୀତି କରିବାକୁ କିମ୍ବା ଧାର୍ମିକରେ କାର୍ଯ୍ୟକ୍ରମ କରିବାକୁ ଅନୁମତି ଦିଆଯାଇନାହିଁ। ସେହିପରି ରୋଗଗ୍ରସ୍ତ ବ୍ୟକ୍ତି,ବୃଦ୍ଧ ବ୍ୟକ୍ତି,ଗର୍ଭବତୀ ମହିଳା କିମ୍ବା 10 ବର୍ଷରୁ କମ୍ ପିଲାମାନେ ଧାର୍ମିକ ଅନୁଷ୍ଠାନ ଏବଂ ଉପାସନା ସ୍ଥାନ ପରିଦର୍ଶନ ନକରିବାକୁ ପରାମର୍ଶ ଦିଆଯାଇଛି।