କେନ୍ଦ୍ରାପଡା: କୁଖ୍ୟାତ ଅପରାଧି ତଥା ଗ୍ୟାଙ୍ଗଷ୍ଟାର ହାଇଦର ଅଲ୍ଲୀ ଗତକାଲି କଟକ ବଡ଼ ଡ଼ାକ୍ତରଖାନାରେ ଚିକିତ୍ସାଧିନ ଅଵସ୍ଥାରେ ଫେରାର ହୋଇଯିବା ଘଟଣା ପରେ ମୁହଁ ଖୋଲିଛନ୍ତି ହାଇଦରର ପତ୍ନୀ। ପତ୍ନୀ ହାସିନା ବିବିଙ୍କ ସୂଚନା ଅନୁଯାୟୀ,ହାଇଦର ଦୀର୍ଘବର୍ଷ ଧରି ପୋଲିସ ହେପାଜତରେ ଅଛି।
SCBରୁ ହାଇଦର ଫେରାର ହେବା ଘଟଣା, ପ୍ରତିକ୍ରିୟା ରଖିଲେ ପତ୍ନୀ - କେନ୍ଦ୍ରାପଡା ଖବର
ଚିକିତ୍ସାଧିନ ଅଵସ୍ଥାରେ ହାଇଦର ଫେରାର ହୋଇଯିବା ଘଟଣା ପରେ ମୁହଁ ଖୋଲିଛନ୍ତି ହାଇଦର ପତ୍ନୀ ହାସିନା ବିବି। ସ୍ବାମୀ ହାଇଦରକୁ ସୁରକ୍ଷିତ ଭାବେ ପୋଲିସ ଉଦ୍ଧାର କରି ତାଙ୍କ ନିକଟକୁ ଆଣୁ ବୋଲି ହାସିନା ନିବେଦନ କରିଛନ୍ତି। ଅଧିକ ପଢନ୍ତୁ...
SCBରୁ ହାଇଦର ଫେରାର ହେବା ଘଟଣା, ପ୍ରତିକ୍ରିୟା ରଖିଲେ ପତ୍ନୀ ହାସିନା
ଅନ୍ୟପଟେ ହାଇଦରର ଗୋଟିଏ କିଡନୀ ଖରାପ ଥିବା ବେଳେ ଦୁଇଗୋଡ଼ ଓ ହାତ ମଧ୍ୟ ଖରାପ ରହିଛି। ଏଭଳି ପରିସ୍ଥିତିରେ ହାଇଦର ମେଡିକାଲରୁ ଫେରାର ହେବା ଅସମ୍ଭବ। ଗତକାଲି ମେଡିକାଲକୁ ତାଙ୍କର କେହି ସମ୍ପର୍କୀୟ ଭେଟିବାକୁ ଯାଇନଥିବା କହିଛନ୍ତି ହାସିନା। ପୋଲିସ ଉପରେ ଭରଷା ଅଛି ଓ ତାଙ୍କ ସ୍ବାମୀ ହାଇଦରକୁ ସୁରକ୍ଷିତ ଭାବେ ପୋଲିସ ଉଦ୍ଧାର କରି ତାଙ୍କ ନିକଟକୁ ଆଣୁ ବୋଲି ହାସିନା ନିବେଦନ କରିଛନ୍ତି।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ