କେନ୍ଦ୍ରାପଡା:ଅକ୍ଷୟ ତୃତୀୟା ଅବସରରେ ବଳଦେବଜୀଉଙ୍କ ରଥ କାଠ ଅନୁକୂଳ ଏବଂ ଚାପ ଖେଳ ଆରମ୍ଭ ହୋଇଛି । ମଙ୍ଗଳବାର ଅପରାହ୍ନ ସମୟରେ ମହାପ୍ରଭୁଙ୍କ ରଥ କାଠ ଅନୁକୂଳ ହୋଇଥିବା ବେଳେ ମହାରଣା ସେବକ ବ୍ରହ୍ମ ତାଳଧ୍ଵଜ ରଥର ଅନୁକୂଳ କରିଛନ୍ତି । ପୂଜାନୀତି ସମ୍ପନ୍ନ ପରେ ରଥ ପାଇଁ ଆସିଥିବା "ଆମ୍ବ" କାଠକୁ ବାରିସୀର ସ୍ପର୍ଶ ଦେଇଛନ୍ତି ମହାରଣା ସେବକ ।
ଅନ୍ୟପଟେ ବୈଶାଖ ମାସର ମୁଣ୍ଡ ଫଟା ଖରାରେ ଅତିଷ୍ଠ ହୋଇ ମହାପ୍ରଭୁ ବଳଦେବଜୀଉଙ୍କ ବିଜେ ପ୍ରତିମା ମଦନମୋହନ ଏବଂ ନାରାୟଣ ପାଲିଙ୍କିରେ ଚାପ ଖେଳିବା ପାଇଁ ଚନ୍ଦନ ପୋଖରୀକୁ ବିଜେ କରିଛନ୍ତି । ୪୦ଜଣ ସେବାୟତଙ୍କୁ ନେଇ ମହାପ୍ରଭୁଙ୍କ ଏହି ଚାପ ଖେଳ ଅନୁଷ୍ଠିତ ହୋଇଥାଏ । ପ୍ରଥମେ ସେବାୟତ ମାନେ ବିଜେ ପ୍ରତିମାଙ୍କୁ ଧରି ଭୋଗ ମଣ୍ଡପକୁ ନେଇଥିବା ବେଳେ ପାଲିଙ୍କି ଚଢି ଚନ୍ଦନ ପୋଖରୀ ପାଖରେ ପହଞ୍ଚିବା ପରେ ବେହେରା(କୈବର୍ତ୍ତ)ସେବକମାନେ ଦୁଇଟି ନାଆ ସାହାଯ୍ୟରେ ବିଜେ ପ୍ରତିମାଙ୍କୁ ପୋଖରୀ ମଧ୍ୟରେ ଥିବା ଗୁମୁଟକୁ ନେଇଥାନ୍ତି ।