ଓଡିଶା

odisha

ETV Bharat / state

ଜାଲରେ ପଡିଲା ବିରଳ ହଳଦିଆ କଇଁଛ, ଉଦ୍ଧାର କଲା ବନବିଭାଗ - ହଳଦିଆ ରଙ୍ଗର କଇଁଛ

ମାଛଧରା ଜାଲରେ ପଡିଲା ବିରଳ ହଳଦିଆ ରଙ୍ଗର କଇଁଛ । ମହାକାଳପଡା ବ୍ଲକ ଗୋଗୁଆ ପଞ୍ଚାୟତ ରତନପୁର ଗ୍ରାମର ଚନ୍ଦ୍ରକାନ୍ତ ସେଠୀ ନଦୀରେ ମାଛ ଧରୁଥିବା ସମୟରେ ଜାଲରେ ଏକ ହଳଦିଆ ରଙ୍ଗର କଇଁଛ ପଡିଥିଲା । ଅଧିକ ପଢ଼ନ୍ତୁ

golden turtle fell into the net in kendrapara forest department rescue the turtle
ଜାଲରେ ପଡିଲା ସୁନେଲି ରଙ୍ଗର କଇଁଛ, ଠାକୁରାଣୀ ଭାବି ପୂଜା ଚାଲୁଥିବାବେଳେ ଉଦ୍ଧାର କଲା ବନବିଭାଗ

By

Published : Jul 3, 2022, 1:50 PM IST

କେନ୍ଦ୍ରାପଡ଼ା: ମାଛଧରା ଜାଲରେ ପଡିଲା ବିରଳ ହଳଦିଆ ରଙ୍ଗର କଇଁଛ । ମହାକାଳପଡା ବ୍ଲକ ଗୋଗୁଆ ପଞ୍ଚାୟତ ରତନପୁର ଗ୍ରାମର ଚନ୍ଦ୍ରକାନ୍ତ ସେଠୀ ନଦୀରେ ମାଛ ଧରୁଥିବା ସମୟରେ ଜାଲରେ ଏକ ହଳଦିଆ ରଙ୍ଗର କଇଁଛ ପଡିଥିଲା । ଚନ୍ଦ୍ରକାନ୍ତ କଇଁଛକୁ ଘରକୁ ଆଣି ଲକ୍ଷ୍ମୀ ଆସିଛନ୍ତି କହି ପୂଜାପାଠ କରିଥିଲେ ।

ଜାଲରେ ପଡିଲା ସୁନେଲି ରଙ୍ଗର କଇଁଛ, ଠାକୁରାଣୀ ଭାବି ପୂଜା ଚାଲୁଥିବାବେଳେ ଉଦ୍ଧାର କଲା ବନବିଭାଗ

ହଳଦିଆ ରଙ୍ଗର କଇଁଛକୁ ଦେଖିବା ପାଇଁ ନିକଟସ୍ଥ ଗ୍ରାମର ଲୋକଙ୍କ ଭିଡ଼ ଜମିଥିଲା । ଖବର ପାଇ ବନ ବିଭାଗ ଜମ୍ବୁ ରେଞ୍ଜ ଅଫିସର କର୍ମଚାରୀ ପହଞ୍ଚି କଇଁଛଟିକୁ ଉଦ୍ଧାର କରି ନଦୀରେ ଛାଡିଦେଇଛନ୍ତି । ତେବେ ଏହି କଇଁଛଟି ଆଲବିନୋ ପ୍ରଜାତିର ଅଟେ ଏବଂ ଏମାନେ ମଧୁର ଜଳରେ ବସବାସ କରିଥାନ୍ତି ବୋଲି ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ରେଞ୍ଜ ଅଧିକାରୀ ମାନସ ଚନ୍ଦ୍ର ଦାସ କହିଛନ୍ତି ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ABOUT THE AUTHOR

...view details