ଓଡିଶା

odisha

By

Published : Oct 25, 2022, 10:19 AM IST

ETV Bharat / state

ଡକାୟତି ଯୋଜନା ବେଳେ ମାଡ଼ି ବସିଲା ପୋଲିସ : ବିପୁଳ ଟଙ୍କା ଜବତ, ୫ ଲୁଟେରା ଗିରଫ

ଡକାୟତି ଯୋଜନା ବେଳେ ମାଡ଼ି ବସିଲା ପୋଲିସ । ଚୋରି କରିବାକୁ ଉଦ୍ୟମ କରୁଥିବା ସମୟରେ ୫ଜଣ ଡକାୟତଙ୍କୁ ଗିରଫ କରିଛି ପୋଲିସ । ଅଧିକ ପଢ଼ନ୍ତୁ

ଡକାୟତି ଯୋଜନା ବେଳେ ମାଡ଼ି ବସିଲା ପୋଲିସ : ବିପୁଳ ଟଙ୍କା ଜବତ, ୫ ଲୁଟେରା ଗିରଫ
ଡକାୟତି ଯୋଜନା ବେଳେ ମାଡ଼ି ବସିଲା ପୋଲିସ : ବିପୁଳ ଟଙ୍କା ଜବତ, ୫ ଲୁଟେରା ଗିରଫ

କେନ୍ଦ୍ରାପଡ଼ା:ଡକାୟତି ଯୋଜନା ବେଳେ ମାଡ଼ି ବସିଲା ପୋଲିସ । ଚୋରି କରିବାକୁ ଉଦ୍ୟମ କରୁଥିବା ସମୟରେ ୫ଜଣଙ୍କୁ ଗିରଫ କରିଛି ପୋଲିସ । ସୂଚନାନୁସାରେ କେନ୍ଦ୍ରାପଡ଼ା ରାଜନଗର ଅଞ୍ଚଳରେ ବିଭିନ୍ନ ସ୍ଥାନରେ ଚୋରି କରିବା ଓ ଚୋରି କରିବାକୁ ଯୋଜନା କରୁଥିବା ସମୟରେ ୫ଜଣଙ୍କୁ ଗିରଫ କରିଛି ପୋଲିସ ।

ଦୀର୍ଘଦିନ ଧରି ବିଭିନ୍ନ ପ୍ରକାର ଚୋରିରେ ସାମିଲ ଥିବା ଅପରାଧୀଙ୍କୁ ରାଜନଗର ପୋଲିସ ଧରିବାରେ ସକ୍ଷମ ହୋଇଛି । ଏହି ଅପରାଧୀଙ୍କୁ ଧରିବା ପାଇଁ ପୋଲିସ ୪ଟି ସ୍କ୍ଵାର୍ଡ ଗଠନ କରି ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ । ତେବେ ଆଜି କିଛି ଡକାୟତ ଚୋରି ପାଇଁ ପ୍ରସ୍ତୁତ ହେଉଥିବାବେଳେ, କୌଣସି ସୂତ୍ରରୁ ଖବରପାଇଥିଲା ରାଜନଗର ପୋଲିସ ।

ଡକାୟତି ଯୋଜନା ବେଳେ ମାଡ଼ି ବସିଲା ପୋଲିସ : ବିପୁଳ ଟଙ୍କା ଜବତ, ୫ ଲୁଟେରା ଗିରଫ

ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଗିରଫ କରିଛି । ଏହାସହ ଡକାୟତଙ୍କ ଠାରୁ ୨୦ ହଜାର ଟଙ୍କା, ୭ଟି ଗ୍ୟାସ ଟାଙ୍କି, ହିରୋ ହୋଣ୍ଡା ବାଇକ ଗୋଟିଏ, ୨ଟି ଡାଲା ଅଟୋ, ଗୋଟିଏ ଗ୍ୟାସ ଚୁଲା, ପାଣି ମଟର ଗୋଟିଏ, ଏଲ.ଇ.ଡି ଟିଭି ଚାରୋଟି, ଇନଭର୍ଟର ମେସିନ ୨ଟି, ଇନଭର୍ଟର ବ୍ୟାଟେରୀ ୨ଟି ଜବତ କରିଛି ।

ଏହା ମଧ୍ୟ ପଢ଼ନ୍ତୁ.ମହାନଦୀ ବିହାର ଡକାୟତି ଘଟଣା, ଶୀଘ୍ର ଗିରଫ ହେବ ଅଭିଯୁକ୍ତ କହିଲେ ଡିସିପି

ଏନେଇ ସାଧାରଣରେ ପୋଲିସକୁ ପ୍ରଶଂସା କରାଯାଇଛି । ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କ ଘର ସ୍ଥାନୀୟ ଅଞ୍ଚଳରେ ହୋଇଥିବାବେଳେ, ଏମାନେ ଜିଲ୍ଲା କିମ୍ବା ଜିଲ୍ଲା ବାହାରର କୌଣସି ଅପରାଧିକ କାର୍ଯ୍ୟକଳାପରେ ସମ୍ପୃକ୍ତ ଅଛନ୍ତି କି ନାହିଁ ସେନେଇ ଅଧିକ ତଦନ୍ତ ଚାଲିଛି । ଏ ସମ୍ପର୍କରେ ରାଜନଗର ଆଇଆଇସି ଶ୍ରୀକାନ୍ତ ବାରିକ କହିଛନ୍ତି, ''ଆଜି ରାଜନଗର ଥାନା ତରଫରୁ ୫ଜଣ ମୁଦଲାଙ୍କୁ ଗିରଫ କରାଯାଇଛି ।

ଏମାନଙ୍କ ନାଁରେ ପୂର୍ବରୁ ୬ଟି ମାମଲା ବିଭିନ୍ନ ଥାନା ରହିଛି । ତେବେ ସମସ୍ତ ଲୁଟେରାଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି । ତେବେ ଯେଉଁ ଜିନିଷ ଜବତ ହୋଇଛି ସେହି ଭିତରୁ ଜଣେ ଲୋକ ରାଜନଗରର ଅଶୋକ ମହାରଣାଙ୍କ ଠାରୁ ଗିରଫ ହୋଇଥିବା ଡକାୟତମାନେ କମ ମୂଲ୍ୟରେ ଚୋରା ସିଲିଣ୍ଡର କିଣନ୍ତି । ତେଣୁ ଅଶୋକ ମହାରଣାଙ୍କୁ ମଧ୍ୟ ଗିରଫ କରାଯାଇଛି ।''

ଇଟିଭି ଭାରତ, କେନ୍ଦ୍ରାପଡ଼ା

ABOUT THE AUTHOR

...view details