କେନ୍ଦ୍ରାପଡା: ସୁରକ୍ଷିତ ନୁହଁନ୍ତି ସୂଚନା ଅଧିକାର କର୍ମୀ ! ଗତ ୨୦୨୦ ମସିହା ଜାନୁୟାରୀ ୩୧ରେ କେନ୍ଦ୍ରାପଡ଼ା ଜିଲ୍ଲା ସୂଚନା ଅଧିକାର ଅଭିଯାନ ଆବାହକ ରଞ୍ଜନ ଦାସଙ୍କ ମୃତ୍ୟୁକୁ ନେଇ ସାରା ରାଜ୍ୟରେ ଏପର୍ଯ୍ୟନ୍ତ ଚର୍ଚ୍ଚା ଥମି ନଥିବାବେଳେ ଏବେ ଜଣେ ସରକାରୀ କର୍ମଚାରୀଙ୍କ ସୂଚନା ଅଧିକାର କର୍ମୀଙ୍କୁ ଧମକ ଦେବା ଅଡିଓ କଲ ଭାଇରାଲ ହେବା ଓ ଏନେଇ ରାଜନଗର ଥାନାରେ ଲିଖିତ ଏତଲା ହେବା ପରେ ଚର୍ଚ୍ଚାକୁ ଆସିଛନ୍ତି ସରକାରୀ ବାବୁ ।
ସୂଚନା ଅଧିକାର କର୍ମୀଙ୍କୁ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀଙ୍କ ଧମକ, ଥାନାରେ ମାମଲା ସୂଚନା ଅନୁଯାୟୀ, ନିଜ ଗାଁ ସ୍କୁଲ ମଧ୍ୟାହ୍ନ ଭୋଜନ ତଥ୍ଯ ମାଗିବାରୁ ସୂଚନା ଅଧିକାର କର୍ମୀଙ୍କୁ ମିଳିଛି ହତ୍ୟା ଧମକ ମିଳିଥିବା ଅଭିଯୋଗ ହୋଇଛି । କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଳକର ସୂଚନା ଅଧିକାର କର୍ମୀ ସୋମନାଥ ବାରିକଙ୍କୁ ରାଜନଗର ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ନନ୍ଦକିଶୋର ସ୍ବାଇଁ ଫୋନ ଯୋଗେ ହତ୍ୟା ଧମକ ଦେଇଥିବା ନେଇ ସୋମନାଥ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।ଯାହାର ଅଡିଓ ରେକର୍ଡ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ସୂଚନା ଅଧିକାର କର୍ମୀଙ୍କୁ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀଙ୍କ ଧମକ, ଥାନାରେ ମାମଲା ମଧ୍ୟାହ୍ନ ଭୋଜନରେ ହଡପ ହୋଇଥିବା ଟଙ୍କାକୁ ଫେରସ୍ତ କରିବାକୁ ଅଭିଯୋଗ କରିବା ସହ ସମ୍ପୃକ୍ତ ଶିକ୍ଷକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମାଗିଥିବାରୁ ଓ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିବାରୁ ଏଭଳି ହତ୍ୟା ଧମକ ମିଳିଛି । ସେପଟେ ଏନେଇ ସୋମନାଥଙ୍କ ପକ୍ଷରୁ ରାଜନଗର ଥାନାରେ ଏକ ଲିଖିତ ଅଭିଯୋଗ କରାଯାଇଛି । ସୋମନାଥଙ୍କ ଜୀବନ ପ୍ରତି ବିପଦ ଥିବାବେଳେ ରାଜନଗର ପୋଲିସ ସୂଚନା ଅଧିକାର କର୍ମୀଙ୍କୁ କେତେ ସୁରକ୍ଷା ଯୋଗାଉଛି ଏହି ତାହା ଦେଖିବାକୁ ବାକି ରହିଲା ।
ସୂଚନା ଅଧିକାର କର୍ମୀଙ୍କୁ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀଙ୍କ ଧମକ, ଥାନାରେ ମାମଲା ସୂଚନା ଅଧିକାର କର୍ମୀଙ୍କୁ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀଙ୍କ ଧମକ, ଥାନାରେ ମାମଲା ସେପଟେ ରାଜନଗର ଥାନାରେ କେଶ ନଂ ୩୨୫/୨୧ରେ ଏତଲା ଦାୟର କରାଯାଇ ଭାରତୀୟ ପିଙ୍ଗଳ କୋର୍ଟ ଦଫା ୨୯୪, ୫୦୬ ଓ ୫୦୭ ରେ ସମ୍ପୃକ୍ତ ଅତିରିକ୍ତ ଶିକ୍ଷାଧିକାରୀଙ୍କ ନାମରେ ମାମଲା ରୁଜୁ କରାଯାଇଥିବା ସୂଚନା ଦେଇଛନ୍ତି ରାଜନଗର ଆଇଆଇସି ତପନ ନାୟକ । ଏନେଇ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ନନ୍ଦକିଶୋର ସ୍ବାଇଁଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କ ଫୋନ ସ୍ୱିଚ୍ ଅଫ ରହିଛି । ତେବେ ଜଣେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀଙ୍କ ଏଭଳି ବ୍ୟବହାରକୁ ବୁଦ୍ଧିଜୀବୀଙ୍କ ମହଲରେ ନିନ୍ଦା କରାଯାଉଛି ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ