ଓଡିଶା

odisha

ETV Bharat / state

ପୂଜକ ରଙ୍ଗାଧର ହତ୍ୟା ଘଟଣା: ପତ୍ନୀ ଓ ପ୍ରେମିକକୁ ରିମାଣ୍ଡରେ ଆଣିଲା ପୋଲିସ - ପତ୍ନୀ ଓ ପ୍ରେମିକକୁ ରିମାଣ୍ଡରେ ଆଣିଲା ପୋଲିସ

ପୂଜକ ରଙ୍ଗାଧର ହତ୍ୟା ଘଟଣା । ଅଧିକ ତଦନ୍ତ ପାଇଁ ସ୍ତ୍ରୀ ରତ୍ନମଣି ଓ ପ୍ରେମିକ ଅସିତ ଶତପଥୀକୁ ଦିନିକିଆ ରିମାଣ୍ଡରେ ଆଣିଲା ରାଜକନିକା ପୋଲିସ । ଅଧିକ ପଢ଼ନ୍ତୁ

ପୂଜକ ରଙ୍ଗାଧର ହତ୍ୟା ଘଟଣା: ପତ୍ନୀ ଓ ପ୍ରେମିକକୁ ରିମାଣ୍ଡରେ ଆଣିଲା ପୋଲିସ
ପୂଜକ ରଙ୍ଗାଧର ହତ୍ୟା ଘଟଣା: ପତ୍ନୀ ଓ ପ୍ରେମିକକୁ ରିମାଣ୍ଡରେ ଆଣିଲା ପୋଲିସ

By

Published : Sep 12, 2022, 10:32 PM IST

କେନ୍ଦ୍ରାପଡା: ପୂଜକ ରଙ୍ଗାଧର ହତ୍ୟା ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ଅବୈଧ ପ୍ରେମ ସମ୍ପର୍କରୁ ସ୍ବାମୀ ରଙ୍ଗାଧରକୁ ପ୍ରେମିକ ସହ ହତ୍ୟା କରି ଗିରଫ ହୋଇଥିଲେ ପତ୍ନୀ ରତ୍ନମଣି ଓ ପ୍ରେମିକ ଅସିତ ଶତପଥୀ । ତେବେ ଉଭୟଙ୍କୁ ଆଜି ରିମାଣ୍ଡରେ ଆଣିଥିଲା ରାଜକନିକା ପୋଲିସ । ସ୍ବାମୀହନ୍ତା ପତ୍ନୀ ଓ ପ୍ରେମିକଙ୍କୁ ଦିନିକିଆ ରିମାଣ୍ଡରେ ଆଣି ପ୍ରଥମେ ରାଜକନିକା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତରୀ ମାଇନା କରିବା ପରେ ଅଧିକ ପଚରା ଉଚରା କରିଥିଲା ।

ଗତ ଅଗଷ୍ଟ ୧୭ ତାରିଖ ଦିନ ରାଜକନିକା ଥାନା ଭାମଣ୍ଡା ଗାଁ ନୃସିଂହନାଥ ମନ୍ଦିର ପୂଜକ ରଙ୍ଗାଧର ଦାଶ ହଠାତ କେଉଁଆଡ଼େ ନିଖୋଜ ହୋଇଯାଇଥିଲେ । ପରେ ଗତ ଅଗଷ୍ଟ ୨୧ ତାରିଖ ଦିନ ରଙ୍ଗାଧରଙ୍କ ମୃତଦେହ ସନ୍ଦେହଜନକ ଭାବେ ମିଳିଥିଲା । ତେବେ ରଙ୍ଗାଧରଙ୍କ ଜୁଇ ଚିତା ନଲିଭୁଣୁ ତାଙ୍କ ପତ୍ନୀ ତଥା ଚାରୋଟି ସନ୍ତାନର ଜନନୀ ରତ୍ନମଣୀ ନିଜ ପ୍ରେମିକ ଅସିତ ଶତପଥିଙ୍କ ସହ ଗାଁ ଛାଡି ଫେରାର ହୋଇଯାଇଥିଲେ । ଏହି ଘଟଣା ହତ୍ୟାର ସନ୍ଦେହ ପରିଧି ଭିତରକୁ ଉଭୟଙ୍କୁ ଟାଣି ନେଇଥିଲା । ପରେ ଏହି ପ୍ରେମୀଯୁଗଳ ରତ୍ନମଣୀ ଓ ଅସିତ ତାଙ୍କ ଭାଇଙ୍କୁ ହତ୍ୟା କରିଥିବା ନେଇ ରଙ୍ଗାଧରଙ୍କ ବଡଭାଇ ଗଙ୍ଗାଧର ରାଜକନିକା ଥାନାରେ ଏତଲା ଦେଇଥିଲେ । ଦୁଇଦିନ ଖୋଜାଖୋଜି କରିବା ପରେ ପୋଲିସ ଉଭୟଙ୍କୁ ଧରିବାରେ ପୋଲିସ ସଫଳ ହୋଇଥିଲା । ପୋଲିସ ପକ୍ଷରୁ ପ୍ରାଥମିକତା ଭିତ୍ତିରେ ତଦନ୍ତ କରାଯାଇ ଅଗଷ୍ଟ ୨୮ ତାରିଖରେ ଥାନାରେ ଉଭୟଙ୍କୁ ଅଟକ ରଖି ପଚରା ଉଚୁରା କରିଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ପ୍ରେମ ପାଇଁ ସ୍ତ୍ରୀ ପୋଛିଲା ମଥା ସିନ୍ଦୁର, ପ୍ରେମିକ ସହ ଅଭିଯୁକ୍ତ ପତ୍ନୀକୁ ବାନ୍ଧିଲା ପୋଲିସ

ତେବେ ସେହି ଦିନ ପ୍ରାଥମିକ ତଦନ୍ତରୁ କିଛି ସୁରାକ ପାଇ ରାଜକନିକା ଥାନାଧିକାରୀ ବିଲ୍ଵମଙ୍ଗଳ ସେଠୀ ଅସିତ ଏବଂ ରତ୍ନମଣୀଙ୍କୁ ଭାରତୀୟ ପିଙ୍ଗଳ କୋର୍ଟ ଦଫା ୩୦୨,୨୦୧ ଓ ୩୪ ଆଇପିସିରେ ଉଭୟଙ୍କୁ ଗିରଫ କରିଥିଲେ । ପରେ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ତେବେ ଆଜି (ସୋମବାର) ଘଟଣାର ଅଧିକ ତଦନ୍ତ ପାଇଁ ପୂଜକ ରଙ୍ଗାଧରଙ୍କ ପତ୍ନୀ ରତ୍ନମଣୀ ଓ ପ୍ରେମିକ ଅସିତ ଶତପଥୀଙ୍କୁ ଦିନିକିଆ ରିମାଣ୍ଡରେ ଆଣିଥିଲା ରାଜକନିକା ପୋଲିସ । ଉଭୟଙ୍କୁ ପ୍ରଥମେ ରାଜକନିକା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଭର୍ତ୍ତି କରାଯାଇଥିଲା । ଏହାପରେ ହତ୍ୟାକାଣ୍ଡ ଘଟଣା ସଂପର୍କରେ ଅଧିକ ପଚରା ଉଚୁରା କରାଯାଇଥିଲା ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ABOUT THE AUTHOR

...view details