କେନ୍ଦ୍ରାପଡ଼ା: ପାନୀୟ ଜଳ ସମସ୍ୟାକୁ ନେଇ ରାସ୍ତାରୋକ କଲେ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ରାଜଗଡ଼ ଗାଁ ନଂ-୭ ଓ୍ବାର୍ଡର ମହିଳାମାନେ । ଆଜି(ବୁଧବାର) ସକାଳୁ ପାନୀୟ ଜଳ ସମସ୍ୟାର ସମାଧାନ ଦାବିରେ ଓରତ-କେନ୍ଦ୍ରାପଡା ରାସ୍ତାର ରାଜଗଡ଼ରେ ରାସ୍ତାରୋକ କରିଛନ୍ତି । ଏହି ଓ୍ବାର୍ଡ଼ରେ ୭୦୦ ଶହରୁ ଉର୍ଦ୍ଧ୍ବ ଲୋକ ବସବାସ କରୁଥିବା ବେଳେ ଏକମାତ୍ର ନଳକୂପ ଉପରେ ଏମାନେ ନିର୍ଭର କରୁଛନ୍ତି । ଏନେଇ ବାରମ୍ବାର ବିଭାଗୀୟ ଅଧିକାରୀ ଏବଂ ଜିଲ୍ଲାପାଳଙ୍କୁ ଅବଗତ କରିଥିଲେ ମଧ୍ୟ କୈଣସି ସୁଫଳ ନମିଳିବାରୁ ଆଜି ମହିଳାମାନେ ରାଜରାସ୍ତାକୁ ଓହ୍ଲାଇ ଥିବା କହିଛନ୍ତି ।
ପାଣି ପାଇଁ ରାସ୍ତାକୁ ଓହ୍ଲାଇଲେ ରାଜଗଡ଼ ବାସିନ୍ଦା - ପାନୀୟ ଜଳ ସମସ୍ୟା
ପାନୀୟ ଜଳ ସମସ୍ୟାକୁ ନେଇ ରାସ୍ତାରୋକ କଲେ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ରାଜଗଡ଼ ଗାଁ ନଂ-୭ ଓ୍ବାର୍ଡର ମହିଳାମାନେ । ଅଧିକ ପଢନ୍ତୁ...
![ପାଣି ପାଇଁ ରାସ୍ତାକୁ ଓହ୍ଲାଇଲେ ରାଜଗଡ଼ ବାସିନ୍ଦା http://10ପାଣିପାଇଁ ରାସ୍ତାରୋକ କଲେ ରାଜଗଡ଼ ବାସିନ୍ଦା.10.50.80:6060/reg-lowres/07-April-2021/od-kpr-01-waterproblem-rajagada-7204459_07042021124338_0704f_1617779618_291.mp4](https://etvbharatimages.akamaized.net/etvbharat/prod-images/768-512-11312125-thumbnail-3x2-kendrapara.jpg)
ପାଣିପାଇଁ ରାସ୍ତାରୋକ କଲେ ରାଜଗଡ଼ ବାସିନ୍ଦା
ପାଣିପାଇଁ ରାସ୍ତାରୋକ କଲେ ରାଜଗଡ଼ ବାସିନ୍ଦା
ପାନୀୟ ଜଳ ସମସ୍ୟାର ସ୍ଥାୟୀ ସମାଧାନ ନ ହେବା ପର୍ଯ୍ୟନ୍ତ ରାସ୍ତାରୋକ ଜାରି ରହିବ ବୋଲି ମହିଳାମାନେ କହିଛନ୍ତି । ରାସ୍ତାରୋକ ଦ୍ବାରା ଉଭୟ ପଟରେ ବହୁ ସଂଖ୍ୟକ ଗାଡି ଅଟକି ରହିଥିବା ଦେଖିବାକୁ ମିଳିଛି ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଚିଭି ଭାରତ