କେନ୍ଦ୍ରାପଡ଼ା: ଲାଞ୍ଚ ନେଇ ଫସିଲେ ଲାଞ୍ଚୁଆ ପୋଲିସ ଅଧିକାରୀ । ଏକ ମାମଲାର ଚାର୍ଜସିଟରୁ ନାଁ କାଟିବାକୁ ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଜାଲରେ ଧରାପଡିଲେ କେନ୍ଦ୍ରାପଡ଼ା ରାଜକନିକା ଥାନା ଏଏସଆଇ । ଅଭିଯୋଗ ଅନୁଯାୟୀ ରାଜକନିକା ଥାନା ଗୋକର୍ଣ୍ଣେଶ୍ୱର ଗ୍ରାମର ଦିବାକର ସେଠୀ ଓ ତାଙ୍କ ପଡ଼ୋଶୀଙ୍କ ମଧ୍ୟରେ ଜମିବାଡ଼ି ବିବାଦରୁ ଗଣ୍ଡଗୋଳ ଉପୁଜିବାରୁ ଉଭୟ ପକ୍ଷ ରାଜକନିକା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ରାଜକନିକା ଥାନା ଏଏସଆଇ ବୈଷ୍ଣବ ଚରଣ ବେହେରା ଘଟଣାର ତଦନ୍ତ ନକରି ଦିବାକରଙ୍କ ଭାଇଙ୍କୁ କୋର୍ଟ ଚାଲାଣ କରି ଅନ୍ୟମାନଙ୍କୁ ଗିରଫ ପାଇଁ ଚଢ଼ାଉ ଜାରି ରଖିଥିଲେ।
ଲାଞ୍ଚ ନେବା ପଡିଲା ମହଙ୍ଗା: ଭିଜିଲାନ୍ସ ହାତରେ ଧରାପଡିଲେ ପୋଲିସ ଏଏସଆଇ - ଭିଜିଲାନ୍ସ ଜାଲରେ ରାଜକନିକା ପୋଲିସ ଏଏସଆଇ
ଏକ ମାମଲାର ଚାର୍ଜସିଟରୁ ନାଁ କାଟିବାକୁ ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଜାଲରେ ଧରାପଡିଲେ କେନ୍ଦ୍ରାପଡ଼ା ରାଜକନିକା ଥାନା ଏଏସଆଇ ।
ତେବେ ଦିବାକରଙ୍କ ପରିବାର ଉଚ୍ଚ ନ୍ୟାୟାଳୟରୁ ଜାମିନ ଆଣିବା ପରେ ଘଟଣା ସମୟରେ ଉପସ୍ଥିତ ନ ଥିବା ଦିବାକରଙ୍କ ଜଣେ ଭଉଣୀ ଓ ପୁତୁରାଙ୍କ ନାମ ପୋଲିସ ଚାର୍ଜସିଟରୁ କାଟିବା ପାଇଁ ଏଏସଆଇ ବେହେରା 5000 ଟଙ୍କା ଲାଞ୍ଚ ମାଗିଥିବା ବେଳେ ଏନେଇ ଦିବାକର କେନ୍ଦ୍ରାପଡ଼ା ଭିଜିଲାନ୍ସ ସହ ଯୋଗାଯୋଗ କରିଥିଲେ । ଆଜି ସକାଳୁ କଟକ ଭିଜିଲାନ୍ସ ଏସପିଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ରାପଡ଼ା ଡ଼ିଏସପିଙ୍କ ନେତୃତ୍ୱରେ ଏକ ଟିମ ରାଜକନିକା ଥାନାକୁ ଯାଇ ଏଏସଆଇ ବୈଷ୍ଣବ ଚରଣ ବେହେରାଙ୍କୁ 10ଟି 500ଟଙ୍କିଆ ମୋଟ 5 ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଗିରଫ କରିଥିଲେ । ଏନେଇ ଭିଜିଲାନ୍ସ କେଶ ନଂ 12/20ରେ ଏକ ମାମଲା ରୁଜ୍ଜୁ କରାଯାଇ ଅଭିଯୁକ୍ତ ଏଏସଆଇ ବୈଷ୍ଣବଙ୍କୁ ଅଧିକ ପଚରାଉଚୁରା ଚଲାଇଛି । ବୈଷ୍ଣବଙ୍କ ସରକାରୀ ବାସଭବନ ସମେତ ପୈତୃକ ଘର ଯାଜପୁର ଧର୍ମଶାଳାରେ ଚଢ଼ାଉ ଜାରି ରହିଥିବା ସୂଚନା ମିଳିଛି।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ