କେନ୍ଦ୍ରାପଡା: ରାଜ୍ୟରେ କୋଭିଡ ସଂକ୍ରମଣ ବୃଦ୍ଧି ପାଉଥିବା କାରଣରୁ ସରକାର ସାରା ରାଜ୍ୟରେ 14ଦିନିଆ ଲକଡାଉନ ଘୋଷଣା କରିଛନ୍ତି। ତେବେ କିଛି ଅସାଧୁ ବ୍ୟବସାୟୀ ଲକଡାଉନର ଫାଇଦା ନେଇ ଚଢା ଦରରେ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି କରୁଥିବା ଅଭିଯୋଗ ହୋଇଆସୁଛି।
ବୁଧବାର କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ବେସାମରିକ ଯୋଗାଣ ବିଭାଗ,ମାପ ଓ ଓଜନ ବିଭାଗ ସମେତ ଡ୍ରଗ ଇନ୍ସପେକ୍ଟର କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛନ୍ତି।