ଓଡିଶା

odisha

ETV Bharat / state

ପଞ୍ଚାୟତରେ ନାହିଁ ପଞ୍ଚାୟତ ଅଫିସ୍, ଭୋଟ ବର୍ଜନ ପାଇଁ ଚେତାବନୀ - ଭୋଟ ବର୍ଜନ ପାଇଁ ଚେତାବନୀ

ରାଜ୍ୟ ସରକାର ପଞ୍ଚାୟତକୁ ମିନି ସେକ୍ରେଟେରିଏଟ ଆଖ୍ୟା ଦେଇଥିବା ବେଳେ ଗାଁ ଗୁଡିକର ବିଭିନ୍ନ ସମସ୍ୟା ଏହି ପଞ୍ଚାୟତରୁ ହିଁ ସମାଧାନ ହୋଇଥାଏ । କିନ୍ତୁ ଦୀର୍ଘବର୍ଷ ପରେ ମଧ୍ୟ ଏଭଳି ଏକ ଗ୍ରାମ ପଞ୍ଚାୟତ ରହିଛି ଯାହାର ନା ଅଛି ନିଜସ୍ୱ ଘର ନା ଅଛି ସେବାକେନ୍ଦ୍ର । ନାହିଁ ନାହିରେ ଚାଲିଛି ପଞ୍ଚାୟତ । ଅଧିକ ପଢନ୍ତୁ...

many problems in raghurajpur panchayat office
ରଘୁଦେଇପୁରରେ ନାହିଁ ପଞ୍ଚାୟତ କାର୍ଯ୍ୟାଳୟ, ଭୋଟ ବର୍ଜନ ପାଇଁ ଚେତାବନୀ

By

Published : Apr 21, 2021, 7:36 PM IST

Updated : Apr 21, 2021, 7:54 PM IST

କେନ୍ଦ୍ରାପଡା: ତ୍ରିସ୍ତରୀୟ ପଞ୍ଚାୟତରାଜ ବ୍ୟବସ୍ଥାରେ ଚାଲିଛି ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା । ପଞ୍ଚାୟତ ଅଫିସରେ ଲୋକେ ପାଆନ୍ତି ସମସ୍ତ ସରକାରୀ ସୁବିଧା । ହେଲେ ଏଭଳି ଏକ ଗ୍ରାମ ପଞ୍ଚାୟତ ରହିଛି ଯାହାର ଆଜି ପର୍ଯ୍ୟନ୍ତ ପଞ୍ଚାୟତ କାର୍ଯ୍ୟାଳୟ କି ସେବା କେନ୍ଦ୍ରଟିଏ ନାହିଁ। ଏ ଦୃଶ୍ୟ ହେଉଛି କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ମାତ୍ର ୧୫ କିଲୋମିଟର ଦୂରରେ ଅବସ୍ଥିତ ଡେରାବିଶ୍ ବ୍ଲକ ରଘୁଦେଇପୁର ଗ୍ରାମ ପଞ୍ଚାୟତର ।

ପଞ୍ଚାୟତରେ ନାହିଁ ପଞ୍ଚାୟତ ଅଫିସ୍, ଭୋଟ ବର୍ଜନ ପାଇଁ ଚେତାବନୀ
1962 ମସିହାରେ ଗଠନ ହୋଇଛି ରଘୁଦେଇପୁର ଗ୍ରାମପଞ୍ଚାୟତ । ୧୧ଟି ୱାର୍ଡକୁ ନେଇ ଗଠିତ ହୋଇଛି ଏହି ପଞ୍ଚାୟତ । କେନ୍ଦ୍ରାପଡା ଜିଲ୍ଲାର ଏକ ସର୍ବପୁରାତନ ପଞ୍ଚାୟତ ହୋଇଥିଲେ ମଧ୍ୟ ପ୍ରଶାସନର ଦୃଷ୍ଟି ପଡୁନାହିଁ । ଗତ ୨୦୦୨ ମସିହାରେ ଏଠାରୁ ଅଲଗା ହୋଇ ନୂତନ ଭାବରେ 3ଟି ପଞ୍ଚାୟତ ବେଣୀପୁର, ମଙ୍ଗଳପୁର ଓ କୁରୁଜଙ୍ଗା ଗଠନ ହୋଇଛି । ନୂତନ ପଞ୍ଚାୟତ ଗୁଡିକର ବିକାଶର ଧାରା ଅବ୍ୟାହତ ରହିଛି କିନ୍ତୁ ଜନ୍ମ ଦେଇଥିବା ମୂଳ ପଞ୍ଚାୟତ ରଘୁଦେଇପୁରରେ ବିକାଶର ଚିହ୍ନବର୍ଣ୍ଣ ନାହିଁ । ଗାଁରେ ପଞ୍ଚାୟତ କାର୍ଯ୍ୟାଳୟ କିମ୍ବା ରାଜୀବ ଗାନ୍ଧୀ ସେବାକେନ୍ଦ୍ର ଅଦ୍ୟାବଧି ସମ୍ପୂର୍ଣ୍ଣ ହୋଇନଥିବାବେଳେ ବାର୍ଦ୍ଧକ୍ୟ ଭତ୍ତା, ପ୍ରଧାନମନ୍ତ୍ରୀ ଆବାସ, ବିଜୁ ପକ୍କାଘର, SFC, CFC କାର୍ଯ୍ୟ ଇତ୍ୟାଦି ସମ୍ପାଦନା ତ ବହୁ ଦୂରର କଥା । ଗତ ୨୦୧୪-୧୫ ଆର୍ଥିକ ବର୍ଷରେ ରାଜୀବ ଗାନ୍ଧୀ ସେବାକେନ୍ଦ୍ର ପାଇଁ ୧୪ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଆସିଥିବା ବେଳେ କେନ୍ଦ୍ରର କାମ ମଧ୍ୟ ଅଟକି ରହିଛି । ତେବେ ଏସବୁ ସମସ୍ୟାକୁ ଦୃଷ୍ଟିରେ ରଖି ଆସନ୍ତା ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ପଞ୍ଚାୟତବାସୀ ।ପଞ୍ଚାୟତ କାର୍ଯ୍ୟାଳୟ ନେଇ ଗ୍ରାମବାସୀ ପ୍ରଶାସନ ନିକଟରେ ବାରମ୍ବାର ଗୁହାରି କରିଥିଲେ ମଧ୍ୟ ସଭିଏଁ ସାଜିଛନ୍ତି ନିରବଦ୍ରଷ୍ଟା। ପ୍ରଥମେ ପଞ୍ଚାୟତ କାର୍ଯ୍ୟାଳୟ ପାଇଁ ଦୀର୍ଘ ଦିନର ଦାବି ଆଉ ଏବେ ଭୋଟ ବର୍ଜନ ନିଷ୍ପତ୍ତି । ଖାଲି ଦେଖିବାକୁ ବାକି ଯେ, ଗ୍ରାମବାସୀଙ୍କ ଚେତାବନୀକୁ କେତେ ଗୁରୁତ୍ବର ସହ ନେଉଛି ପ୍ରଶାସନ । କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ
Last Updated : Apr 21, 2021, 7:54 PM IST

ABOUT THE AUTHOR

...view details