ଓଡିଶା

odisha

ଏଫସିଆଇ ବଞ୍ଚାଅ ଦିବସ ପାଳନ ଅବସରରେ କେନ୍ଦ୍ରାପଡ଼ାରେ ବିକ୍ଷୋଭ

By

Published : Apr 5, 2021, 2:00 PM IST

ସରକାର ଲାଗୁ କରିଥିବା ତିନି କୃଷି ଆଇନ ବଳରେ ୧୯୬୫ ମସିହାରୁ ଦେଶରେ ଚାଲି ଆସୁଥିବା FCI ବ୍ୟବସ୍ଥାକୁ ସରକାର ଦୁର୍ବଳ କରିବାକୁ ଉଦ୍ୟମ କରୁଥିବା ଅଭିଯୋଗ କରି ସଂଯୁକ୍ତ କିଷାନ ମୋର୍ଚ୍ଚା ଆହ୍ବାନରେ ଆଜି ସମଗ୍ର ଦେଶ FCI ବଞ୍ଚାଅ ଦିବସ ପାଳନ କରି କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆନ୍ଦୋଳନ କରିଥିଲା । ଅଧିକ ପଢନ୍ତୁ...

ଏଫସିଆଇ ବଞ୍ଚାଅ ଦିବସ ପାଳନ ଅବସରରେ କେନ୍ଦ୍ରାପଡ଼ାରେ ବିକ୍ଷୋଭ
ଏଫସିଆଇ ବଞ୍ଚାଅ ଦିବସ ପାଳନ ଅବସରରେ କେନ୍ଦ୍ରାପଡ଼ାରେ ବିକ୍ଷୋଭ

କେନ୍ଦ୍ରାପଡ଼ା: କେନ୍ଦ୍ର ସରକାରଙ୍କ ତିନୋଟି କୃଷି ଆଇନକୁ ବିରୋଧ କରି ଗତ ନଭେମ୍ବର ମାସରୁ ଦିଲ୍ଲୀର ଚତୁଃପାର୍ଶ୍ଵରେ ଓ ସମଗ୍ର ଦେଶରେ ଆଇନକୁ ପ୍ରତ୍ୟାହାର ପାଇଁ ଦାବି କରିଆସୁଛନ୍ତି ବିଭିନ୍ନ କୃଷି ସଙ୍ଗଠନ । ହେଲେ, ସରକାର ଏମାନଙ୍କ ଦାବିକୁ କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି । ୧୯୬୫ ମସିହାରୁ ଦେଶରେ ଚାଲି ଆସୁଥିବା FCI ବ୍ୟବସ୍ଥାକୁ ଏହି ଆଇନ ବଳରେ ସରକାର ଦୁର୍ବଳ କରିବାକୁ ଉଦ୍ୟମ କରୁଥିବା ଅଭିଯୋଗ କରି ସଂଯୁକ୍ତ କିଷାନମୋର୍ଚ୍ଚା ଆହ୍ବାନରେ ଆଜି ସମଗ୍ର ଦେଶ FCI ବଞ୍ଚାଅ ଦିବସ ପାଳନ କରି କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆନ୍ଦୋଳନ କରିଥିଲା ।

ଏଫସିଆଇ ବଞ୍ଚାଅ ଦିବସ ପାଳନ ଅବସରରେ କେନ୍ଦ୍ରାପଡ଼ାରେ ବିକ୍ଷୋଭ

ଏଥିସହିତ ୭ ଦଫା ପୂରଣ ଦାବିରେ ମାନ୍ୟବର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳଙ୍କ ମାଧ୍ୟମରେ ପ୍ରଦାନ କରିଛନ୍ତି । ଦେଶରେ ୪୦ ହଜାର ଧାନମଣ୍ଡି ଆବଶ୍ୟକତା ଥିବାବେଳେ ମାତ୍ର ୬ ହଜାରଟି ଧାନମଣ୍ଡି ରହିଛି । ତଥାପି ଏଗୁଡିକୁ ବନ୍ଦ କରିବା ପାଇଁ ସରକାର ଯେଉଁ ଅପଚେଷ୍ଟା ଚଳାଇଛନ୍ତି, ଏହାକୁ ବିରୋଧ କରାଯିବ ବୋଲି କହିଛନ୍ତି ଜିଲ୍ଲା ଆବାହକ ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details