ଓଡିଶା

odisha

ଅଭିଯୁକ୍ତ ଗିରଫ ଦାବିରେ ମହିଳା ମୋର୍ଚ୍ଚାର ଆମରଣ ଅନଶନ ଚେତାବନୀ

By

Published : Aug 3, 2022, 7:09 AM IST

ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ । ଅଭିଯୁକ୍ତକୁ ଗିରଫ ଦାବିରେ ଅନଶନ ଚେତାବନୀ ଦେଲା ମହାକାଳପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ମହିଳା ମୋର୍ଚ୍ଚା । ଅଧିକ ପଢ଼ନ୍ତୁ

protest warning by mahila morcha in mahakalpada
ଅଭିଯୁକ୍ତ ଗିରଫ ଦାବିରେ ମହିଳା ମୋର୍ଚ୍ଚାର ଆମରଣ ଅନଶନ ଚେତାବନୀ

କେନ୍ଦ୍ରାପଡ଼ା: ଛାତ୍ରୀଙ୍କୁ ଅସଦାଚରଣ କରି ଖୋଲାଖୋଲି ଭାବେ ବାହାରେ ବୁଲୁଥିବା ଅଭିଯୁକ୍ତକୁ ଗିରଫ ଦାବିରେ ଥାନାର ଦ୍ବାରସ୍ଥ ହେଲେ ମହାକାଳପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ମହିଳା ମୋର୍ଚ୍ଚା । ସାତଦିନ ମଧ୍ୟରେ ଦାବି ପୂରଣ ନହେଲେ ଆମରଣ ଅନଶନ ଚେତାବନୀ ସହ ଏଥିପାଇଁ ପୋଲିସ ପ୍ରଶାସନ ଦାୟୀ ରହିବ ବୋଲି ଉଲ୍ଲେଖ କରି ଦାବିପତ୍ର ପ୍ରଦାନ କରାଯାଇଛି ।

ଅଭିଯୁକ୍ତ ଗିରଫ ଦାବିରେ ମହିଳା ମୋର୍ଚ୍ଚାର ଆମରଣ ଅନଶନ ଚେତାବନୀ

ଅଭିଯୋଗ ଅନୁଯାୟୀ, ମହାକାଳପଡ଼ା ବିଜୟନଗର ଅଞ୍ଚଳର ଏକ ବିଦ୍ୟାଳୟରେ ଜନୈକା ଦଶମ ଶ୍ରେଣୀର ଛାତ୍ରୀଙ୍କୁ ଉକ୍ତ ବିଦ୍ୟାଳୟର ଗଣିତ ଶିକ୍ଷକ ବିଶ୍ବମ୍ବର ପରିଡା ଅସଦାଚରଣ କରିଥିବା ନେଇ ମହାକାଳପଡ଼ା ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ପ୍ରମାଣିତ ହୋଇଥିଲେ ସୁଦ୍ଧା ଭିଜିଲାନ୍ସ ଦ୍ବାରା ଗିରଫ ହୋଇଥିବା ଜିଲ୍ଲା ଶିକ୍ଷାଧିକାରୀ ଶିକ୍ଷକ ବିଶ୍ବମ୍ବରଙ୍କୁ ତରବରିଆ ଭାବେ ରାଜନଗର ବ୍ଳକକୁ ବଦଳି କରିଦେଇଥିଲେ । ତେବେ ପୋଲିସ ବିଶ୍ବମ୍ବରକୁ ଗିରଫ ନକରିବା ସୁରକ୍ଷାକୁ ନେଇ ବଡ଼ ପ୍ରଶ୍ନ ସୃଷ୍ଟି ହୋଇଛି ।

ଅନ୍ୟପଟେ ରାଜନଗର ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ କାମ କରୁଥିବା ବିଶ୍ବମ୍ବର ମହାକାଳପଡ଼ା ଅଞ୍ଚଳରେ ବୁଲୁଥିବାପବେଳେ ପୀଡ଼ିତା ଏବଂ ତାଙ୍କ ପରିବାର ଭୟରେ ରହିବା ନେଇ ମହିଳା ମୋର୍ଚ୍ଚା ଅଭିଯୋଗ କରିଛି । ଆସନ୍ତା ସାତଦିନ ମଧ୍ୟରେ ଅଭିଯୁକ୍ତକୁ ଗିରଫ କରାନଗଲେ ମହିଳା ମୋର୍ଚ୍ଚା ଅନଶନକୁ ଓହ୍ଲାଇବ ବୋଲି ଚେତାବନୀ ଦିଆଯାଇଛି ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

For All Latest Updates

TAGGED:

ABOUT THE AUTHOR

...view details