ଓଡିଶା

odisha

ETV Bharat / state

ରାଜକନିକାରେ ମେଗା ପାନୀୟ ଜଳ ପ୍ରକଳ୍ପକୁ ବିରୋଧ - kendrapara mega drinking water project

କେନ୍ଦ୍ରାପଡା ଜିଲ୍ଲା ରାଜକନିକାର ଭାରିଗଦା ଠାରେ ହେବାକୁ ଥିବା ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକୁ ବିରୋଧ । ଅଧିକ ପଢନ୍ତୁ...

ମେଗା ପାନୀୟ ଜଳ ପ୍ରକଳ୍ପକୁ ବିରୋଧ
ମେଗା ପାନୀୟ ଜଳ ପ୍ରକଳ୍ପକୁ ବିରୋଧ

By

Published : Nov 19, 2020, 9:17 AM IST

କେନ୍ଦ୍ରାପଡା:ମେଗା ପାନୀୟ ଜଳ ପ୍ରକଳ୍ପକୁ ବିରୋଧ । କେନ୍ଦ୍ରାପଡା ଜିଲ୍ଲା ରାଜକନିକାର ଭାରିଗଦା ଠାରେ ହେବାକୁ ଥିବା ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକୁ ବୁଧବାର ଜୋରଦାର ବିରୋଧ କରିଛି ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି । ବୁଧବାର 11ଟା ସମୟରେ ଜିଲ୍ଲା ପ୍ରଶାସନ ଓ କମ୍ପାନୀ କର୍ତ୍ତୃପକ୍ଷ ଗାଡିରେ ଯନ୍ତ୍ରାଂଶ ନେଇ ପ୍ରକଳ୍ପ କାମ ଆରମ୍ଭ କରିବା ପାଇଁ ଆସିଥିଲେ । ମାତ୍ର ସେମାନେ ପହଞ୍ଚିବା କ୍ଷଣି ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତିର ସଦସ୍ୟମାନେ ସେମାନଙ୍କୁ ବିରୋଧ କରି ଗାଡି ଆଗରେ ଧାରଣାରେ ବସି ପ୍ରକଳ୍ପ କାର୍ଯ୍ୟ ବନ୍ଦ କରିବାକୁ ନାରାବାଜି ଦେଇଛନ୍ତି ।

କୌଣସି ପରିସ୍ଥିତିରେ ଖରସ୍ରୋତା ନଦୀରେ ମେଗା ପାନୀୟ ଜଳ ପ୍ରକଳ୍ପ ହେବାକୁ ଦିଆଯିବ ନାହିଁ ବୋଲି ସମିତି ସଦସ୍ୟମାନେ ଜିଦରେ ଅଟଳ ରହିଛନ୍ତି । ଧାରଣାସ୍ଥଳରେ ଜିଲ୍ଲ ପ୍ରଶାସନ ଓ ସମିତି ମଧ୍ୟରେ ଦୀର୍ଘ ସମୟ ଆଲୋଚନା ହୋଇଥିଲେ ମଧ୍ୟ କିଛି ନିର୍ଯ୍ୟାସ ବାହାରିବାରୁ ପ୍ରଶାସନ ଓ କମ୍ପାନୀ କର୍ତ୍ତୃପକ୍ଷ ଫେରି ଯାଇଛନ୍ତି ।

ମେଗା ପାନୀୟ ଜଳ ପ୍ରକଳ୍ପକୁ ବିରୋଧ

ସରକାର ଖରସ୍ରୋତା ନଦୀରେ ମେଗା ପାନୀୟ ଜଳ ପ୍ରକଳ୍ପ କରି ଭଦ୍ରକ ଓ ବାଲେଶ୍ବର ଜିଲ୍ଲାକୁ ପାଣି ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ହେଲେ ପ୍ରକଳ୍ପକୁ ବିରୋଧ କରି ଆସୁଛି ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି । ପ୍ରକଳ୍ପ ହେଲେ ଆଳି ଓ ରାଜକନିକାର ଚାଷବାସ ପ୍ରଭାବିତ ହେବା ସହ ନଦୀଜଳ ଲୁଣା ହେବ ଓ ମତ୍ସଜୀବୀମାନେ ଜୀବିକା ହରାଇବେ ବୋଲି ସଂଗ୍ରାମ ସମିତି ଦାବି କରିଛି । ଅନ୍ୟପଟେ ପ୍ରକଳ୍ପ ହେଲେ କୌଣସି ଅସୁବିଧା ହେବ ନାହିଁ ବୋଲି କହିଛନ୍ତି ଆଳି ବିଧାୟକ ପ୍ରତାପ ଦେବ ।

କେନ୍ଦ୍ରପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details