ଓଡିଶା

odisha

ETV Bharat / state

ହତ୍ୟାକାରୀକୁ ଗିରଫ ଦାବିରେ ମହାକାଳପଡା ଥାନା ଆଗରେ ଧାରଣା - protest occurs for arresting murder accused in mahakalapada

ହତ୍ୟାକାରୀକୁ ଗିରଫ ଦାବିରେ ମହାକାଳପଡା ଥାନା ଆଗରେ ଧାରଣା । ଧାରଣାରେ ବସିଲେ ଜଅଁରା ଓ ତିଥି ଗ୍ରାମର ଶତାଧିକ ମହିଳା ଓ ପୁରୁଷ । ପୋଲିସ ସହିତ ଆଲୋଚନା ପରେ ଧାରଣାରୁ ଉଠିଲେ ଲୋକେ ।

mahakalapada
ମହାକାଳପଡା ଥାନା ଆଗରେ ଧାରଣା, ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ ଦାବି

By

Published : Jan 7, 2020, 9:21 PM IST

କେନ୍ଦ୍ରାପଡା: ହତ୍ୟାକାରୀକୁ ଗିରଫ ଦାବିରେ ମହାକାଳପଡା ଥାନା ଆଗରେ ଧାରଣା । ଧାରଣାରେ ବସିଲେ ଜଅଁରା ଓ ତିଥି ଗ୍ରାମର ଶତାଧିକ ମହିଳା ଓ ପୁରୁଷ । ନଭେମ୍ବର 28 ତାରିଖରେ ଜଅଁରା ଗାଁର ପୋଖରୀରୁ ସନ୍ଦେହଜନକ ଭାବେ ଅଶୋକ ପରିଡାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଏତେ ଦିନ ପରେବି ପୋଲିସ ଘଟଣାର ପର୍ଦ୍ଦାଫାଶ ନକରିବା ଓ ଅଭିଯୁକ୍ତକୁ ଗିରଫ ତଥା ତଦନ୍ତରେ ବିଳମ୍ବ ହେବା ପ୍ରତିବାଦରେ ଥାନା ଆଗରେ ଧାରଣା ଦିଆଯାଇଥିଲା ।

ମହାକାଳପଡା ଥାନା ଆଗରେ ଧାରଣା, ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ ଦାବି

ସେପଟେ ଧାରଣାସ୍ଥଳରେ କେନ୍ଦ୍ରାପଡା ଏସଡିପିଓ ରାଜୀବ ଲୋଚନ ପଣ୍ଡା ପହଞ୍ଚି ଧାରଣାରେ ବସିଥିବା ଲୋକଙ୍କ ସହିତ ଆଲୋଚନା କରି ଘଟଣାର ଖୁବଶୀଘ୍ର ତଦନ୍ତ ରିପୋର୍ଟ ପ୍ରକାଶ ପାଇବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ପରେ ଧାରଣାରୁ ଉଠିଥିଲେ ଲୋକେ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details