ଓଡିଶା

odisha

ETV Bharat / state

ହତ୍ୟାକାରୀକୁ ଗିରଫ ଦାବିରେ ଥାନା ଘେରିଲେ ଲୋକେ - କେନ୍ଦ୍ରାପଡା ଖବର

ମହେନ୍ଦ୍ର ଦାସ ହତ୍ୟାକାଣ୍ଡରେ ସଂପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ଦାବି କରି ଡେରାବିଶ ଥାନା ଘେରାଉ କଲେ ଗ୍ରାମବାସୀ । ପୋଲିସର ସ୍ଥାଣୁତା ବିରୋଧରେ ତାତିଛନ୍ତି ଗ୍ରାମବାସୀ। ଅଧିକ ପଢନ୍ତୁ...

protest infront of Derabish police statio
ହତ୍ୟାକାରୀକୁ ଗିରଫ ଦାବିରେ ଡେରାବିଶ୍ ଥାନା ଘେରାଉ କଲେ ଗ୍ରାମବାସୀ

By

Published : Jun 25, 2021, 9:53 PM IST

କେନ୍ଦ୍ରାପଡା:ହତ୍ୟାକାଣ୍ଡରେ ସଂପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ଦାବିରେ ଥାନା ଘେରାଉ । ଗତ ମେ ୨୯ ତାରିଖ ଦିନ ଡେରାବିଶ ଥାନା ମିର୍ଜାପାଟଣା ଗାଁରେ ହୋଇଥିବା ମହେନ୍ଦ୍ର ଦାସ ହତ୍ୟା ଘଟଣାରେ ପୋଲିସର ସ୍ଥାଣୁତା ବିରୋଧରେ ତାତିଛନ୍ତି ଗ୍ରାମବାସୀ। ଏନେଇ ଶତାଧିକ ମହିଳା ଓ ପୁରୁଷ ଡେରାବିଶ୍ ଥାନାକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଘେରାଉ କରିଥିଲେ ।

ହତ୍ୟାକାରୀକୁ ଗିରଫ ଦାବିରେ ଡେରାବିଶ୍ ଥାନା ଘେରାଉ କଲେ ଗ୍ରାମବାସୀ

ସୂଚନା ଅନୁଯାୟୀ, କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ଥାନା ଅନ୍ତର୍ଗତ ମିର୍ଜାପାଟଣା ଗାଁରେ ଗତ ମେ ୩୦ ତାରିଖ ସକାଳୁ ମହେନ୍ଦ୍ର ଦାସଙ୍କ ମୃତଦେହ ବାଉଁଶ ବୁଦା ମୂଳରୁ ଉଦ୍ଧାର ହୋଇଥିଲା । ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ଏବଂ ଏକାଧିକ ଲୋକ ସମ୍ପୃକ୍ତି ଥିବା ଦର୍ଶାଇ ପରିବାର ପକ୍ଷରୁ ଥାନାରେ ମାମଲା ଦାଏର କରାଯାଇଥିଲା। ତେବେ ଏହି ଘଟଣାକୁ ମାସେ ପୁରିବାକୁ ବସିଥିବା ବେଳେ ପୋଲିସ ପ୍ରଶାସନ କାହାକୁ ଗିରଫ ନକରିବାକୁ ନେଇ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଗ୍ରାମବାସୀ । ଏହି ହତ୍ୟାକାଣ୍ଡରେ ସଂପୃକ୍ତ ମହିଳା ଏବଂ ତାଙ୍କ ଶ୍ବଶୁର ଓ ଦେଢଶୁରକୁ ଗିରଫଦାରୀ ପାଇଁ ଅଡ଼ି ବସିଥିଲେ ଗ୍ରାମବାସୀ । ମୃତ ମହେନ୍ଦ୍ରଙ୍କ ତିନି ଜଣ ସନ୍ତାନ ଓ ବୁଢା ମା'ବାପା ରହିଥିବା ବେଳେ ଏମାନଙ୍କ ଭବିଷ୍ୟତ ପାଇଁ ସରକାରୀ ସହଯୋଗ ଦାବି ମଧ୍ୟ ହୋଇଛି । ବିକ୍ଷୋଭ ପ୍ରଦର୍ଶନ ଜାରି ରହିଥିବା ବେଳେ ମହେନ୍ଦ୍ରଙ୍କ ମା ସଂଜ୍ଞାହୀନ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ।

ସେପଟ ଏହି ଘଟଣାରେ ଜଣଙ୍କୁ ଗିରଫ କରାଯାଇଥିବା କେନ୍ଦ୍ରାପଡ଼ା ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ କହିଥିବା ବେଳେ ଖୁବଶୀଘ୍ର ଏନେଇ ତଦନ୍ତ ଶେଷ ହେବ । ଯଦି ଗ୍ରାମବାସୀ ଏହି ତଦନ୍ତରେ ଅସନ୍ତୁଷ୍ଟ ହୁଅନ୍ତି ତେବେ କ୍ରାଇମବ୍ରାଞ୍ଚ କିମ୍ବା ସିବିଆଇ ମାଧ୍ୟମରେ ଏହାର ତଦନ୍ତ ଦାବି କଲେ ସେମାନଙ୍କୁ ପୂର୍ଣ୍ଣ ସହଯୋଗ କରାଯିବ ବୋଲି ଏସଡିପିଓ କହିଛନ୍ତି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details