ଓଡିଶା

odisha

ETV Bharat / state

ଦଳିତଙ୍କ ମୌଳିକ ଅଧିକାର ଦାବିରେ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଦଳିତଙ୍କ ଉପରେ ପୋଲିସ ପ୍ରଶାସନର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ବିରୋଧରେ କେନ୍ଦ୍ରାପଡା ଜିଲ୍ଲାରେ ଗଣଧାରଣା ଦେଇଛନ୍ତି ଦୁଇଟି ସଂଘ। କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ସହ ବିକ୍ଷୋଭ ପ୍ରଦର୍ଶନ କରିଛି ରାଷ୍ଟ୍ରୀୟ ଦଳିତ ମହାସଭା ଓ ଜିଲ୍ଲା ଏସସିଏସଟି ଜଏଣ୍ଟ ଆକ୍ସନ କମିଟି। ଅଧିକ ପଢ଼ନ୍ତୁ...

By

Published : Nov 11, 2020, 10:43 PM IST

ଦଳିତ ମାନଙ୍କର ମୌଳିକ ଅଧିକାର ଦାବି ନେଇ କେନ୍ଦ୍ରାପଡ଼ା ଜିଲ୍ଲାପାଲଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା
ଦଳିତ ମାନଙ୍କର ମୌଳିକ ଅଧିକାର ଦାବି ନେଇ କେନ୍ଦ୍ରାପଡ଼ା ଜିଲ୍ଲାପାଲଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

କେନ୍ଦ୍ରାପଡା: ଦଳିତ ମାନଙ୍କ ଉପରେ ପୋଲିସ ପ୍ରଶାସନର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ବିରୋଧରେ କେନ୍ଦ୍ରାପଡା ଜିଲ୍ଲାରେ ଗଣଧାରଣା ଦେଇଛନ୍ତି ଦୁଇଟି ସଂଘ। ରାଷ୍ଟ୍ରୀୟ ଦଳିତ ମହାସଭା ଓ କେନ୍ଦ୍ରାପଡ଼ା ଜିଲ୍ଲା ଏସସିଏସଟି(SCST) ଜଏଣ୍ଟ ଆକ୍ସନ କମିଟି ପକ୍ଷରୁ ଏହି ଗଣଧାରଣା ଦିଆଯାଇଛି। ଜିଲ୍ଲାରେ ଅନୁସୂଚିତ ଜାତି ଓ ଜନଜାତି ମୌଳିକ ସୁବିଧାରୁ ବଞ୍ଚିତ ହେଉଥିବା ମଧ୍ୟ ଅଭିଯୋଗ ଆଣିଛନ୍ତି ଦୁଇ ସଂଘ।

ଦଳିତ ମାନଙ୍କର ମୌଳିକ ଅଧିକାର ଦାବି ନେଇ କେନ୍ଦ୍ରାପଡ଼ା ଜିଲ୍ଲାପାଲଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଆଜି(ବୁଧବାର) କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ସହ ବିକ୍ଷୋଭ ପ୍ରଦର୍ଶନ କରିଛି ରାଷ୍ଟ୍ରୀୟ ଦଳିତ ମହାସଭା ଓ ଜିଲ୍ଲା ଏସସିଏସଟି ଜଏଣ୍ଟ ଆକ୍ସନ କମିଟି। ଜିଲ୍ଲାରେ ଦିନକୁ ଦିନ ଅନୁସୂଚିତ ଜାତି ଓ ଜନଜାତି ଉପରେ ବଢୁଛି ପୋଲିସର ବେଆଇନ କାର୍ଯ୍ୟାନୁଷ୍ଠାନ ହେଉଥିବା ଅଭିଯୋଗ କରିଛନ୍ତି ଦୁଇଟି ସଂଗଠନ।

ଦଳିତ ମାନଙ୍କର ମୌଳିକ ଅଧିକାର ଦାବି ନେଇ କେନ୍ଦ୍ରାପଡ଼ା ଜିଲ୍ଲାପାଲଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ରାଜକନିକା ଥାନା ଅଞ୍ଚଳରେ ଜଣେ ମହିଳା ସହ ବାରମ୍ବାର ଦୁଷ୍କର୍ମ ହୋଇଥିଲା। ଘଟଣାକୁ ନେଇ ପଟ୍ଟାମୁଣ୍ଡାଇ ଥାନାରେ ଅଭିଯୋଗ କରାଯାଇଥିଲେ ସୁଦ୍ଧା ପୋଲସି କୌଣସି ଏଫଆଇଆର(FIR) ରଖିନଥିବା ଅଭିଯୋଗ କରିଛନ୍ତି ଏହି ଦୁଇ ସଂଗଠନ। ସେହିପରି ରାଜନଗର ଥାନା ଅଧିନରେ ଜଣେ ନାବାଳିକାଙ୍କୁ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ କରିଥିଲେ କିଛି ଅଭିଯୁକ୍ତ। ତେବେ ଏନେଇ ପୋଲିସ ନିକଟରେ ଅଭିଯୋଗ ହୋଇଥିଲେ ସୁଦ୍ଧା ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ। ଓଲଟା ପୋଲିସ ଅଭିଯୋଗକାରିଣୀଙ୍କୁ ପୋଲିସ ଧମକ ଦେଇଥିବା ଅଭିଯୋଗ ହୋଇଛି।

ସେହିଭଳି ୨୦୧୮ ମସିହାରେ ପଟ୍ଟାମୁଣ୍ଡାଇ ଅଞ୍ଚଳର ଜଣେ ଦଳିତ ନାବାଳିକାଙ୍କୁ ଅପହରଣ କରାଯାଇ ହତ୍ୟା କରାଯାଇଥିଲା। ହେଲେ ଏଯାଏଁ ପୋଲିସ ହାତବାନ୍ଧି ବସିରହିଥିବା ଅଭିଯୋଗ ହୋଇଛି। ଘଟଣାକୁ ନେଇ ପୋଲିସ ମହାନିର୍ଦ୍ଦେଶକଙ୍କୁ ଭେଟିଥିଲା ଦଳିତ ମହାସଭା। ହେଲେ କିଛି ଲାଭ ହୋଇନି। ଏହାସହ ପଟ୍ଟାମୁଣ୍ଡାଇ ଏସଡିପିଓ ରଞ୍ଜନ ଦେଓ ଏବଂ ଥାନା ଅଧିକାରୀ ରାକେଶ ତ୍ରିପାଠୀଙ୍କୁ ପଦବୀରୁ ବହିଷ୍କାର କରିବାକୁ ଦାବି ହୋଇଛି।

ଏହାସହ ଚନ୍ଦନପୁର ଜେନା ସାହି ଗ୍ରାମରେ ମୌଳିକ ସୁବିଧା ପହଞ୍ଚି ପାରିନଥିବା ଅଭିଯୋଗ ହୋଇଛି। ଗାଁକୁ ଯିବାକୁ ଭଲ ରାସ୍ତା ଖଣ୍ଡିଏ ନଥିବା ବେଳେ ବିଦ୍ୟୁତ ସଂଯୋଗ ହୋଇନଥିବା ଅଭିଯୋଗ ହୋଇଛି। ଏନେଇ ପ୍ରଶାସନ ନିକଟରେ ବାମରମ୍ବାର ଅଭିଯୋଗ ହୋଇଥିଲେ ସୁଦ୍ଧା କିଛି ଲାଭ ହେଉନାହିଁ। ଦଳିତ ମାନଙ୍କ ପାଇଁ ସୁବିଧା ଯୋଗାଇ ଦିଆନଯାଏ ତେବେ ଭବିଷ୍ୟତରେ ବିଧାନସଭା ଘେରାଉ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଦୁଇ ସଂଗଠନ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details