କେନ୍ଦ୍ରାପଡା:ଡିଏସପି ଜ୍ୟୋତିରଞ୍ଜନ ସାମନ୍ତରାୟଙ୍କ ବିରୋଧରେ ଗଣଧାରଣା । ସାଧାରଣ ନାଗରିକଙ୍କୁ ମାଡ଼ ମାରିବା ଅଭିଯୋଗରେ ଧାରଣାକୁ ଓହ୍ଲାଇଲେ ସିଭିଲ ସୋସାଇଟି ଓ ଓଡିଶା ସୂଚନା ଅଧିକାର ଅଭିଯାନର ସମସ୍ତ କାର୍ଯ୍ୟକର୍ତ୍ତା । ପୋଲିସ ଅଧିକାରୀଙ୍କ ବଦଳି ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା । ଗତ ୩୦ ତାରିଖରେ ଉଭୟ ଫୋରମ ଏକ ସାମ୍ବାଦିକ ସମ୍ମିଳନୀରେ ଜ୍ୟୋତିରଞ୍ଜନ ସାମନ୍ତରାୟଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଅଗଷ୍ଟ ୨ ତାରିଖରୁ ଗଣଧାରଣା ଦେବାକୁ କହିଥିଲେ ।
କେନ୍ଦ୍ରାପଡା ମାର୍ଶାଘାଇ ଥାନାରେ କାର୍ଯ୍ୟରତ ଥିବା ଅବସ୍ଥାରେ ଜ୍ୟୋତିରଞ୍ଜନ ତିନିଜଣ ସାଧାରଣ ନାଗରିକଙ୍କୁ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇ ଆସୁଥିଲା । ଏହାଛଡା ସୂଚନାଧିକାର କର୍ମୀ ଆଳୟ ସାମନ୍ତରାୟଙ୍କୁ ଲୋକ ଲଗାଇ ମାଡ଼ ମାରିବା ନେଇ ମଧ୍ୟ ଲିଖିତ ଅଭିଯୋଗ ହୋଇଥିଲେ ମଧ୍ୟ ପୋଲିସ ଏତଲାକୁ ରୁଜୁ କରିନଥିଲା । ସେହିପରି ମନୋରଞ୍ଜନ ଦଳାଇ ନାମକ ଜଣେ ବୟସ୍କ ବ୍ୟକ୍ତି ନିଜ ସମ୍ପର୍କୀୟ ଭଉଣୀଙ୍କୁ ମାର୍ଶାଘାଇ ଥାନାକୁ ନେଇ ଯାଇଥିବା ବେଳେ ତାଙ୍କୁ ଜ୍ୟୋତିରଞ୍ଜନ ନିସ୍ତୁକ ମାଡ଼ ମାରିଲେ । ଡ଼ିଏସପି ଜ୍ୟୋତିରଞ୍ଜନଙ୍କ ମାଡରେ ମନୋରଞ୍ଜନ ପକ୍ଷାଘାତ ରୋଗରେ ପୀଡିତ ହୋଇଥିଲେ । ତାଙ୍କ ପତ୍ନୀ କାଦମ୍ବିନୀ ଏନେଇ କେନ୍ଦ୍ରାପଡ଼ା ଉପଖଣ୍ଡ ଆରକ୍ଷୀ ଅଧିକ୍ଷକଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ପର୍ଯ୍ୟନ୍ତ ଅଭିଯୋଗ ହୋଇଥିଲା ।
ଏହା ମଧ୍ୟ ପଢନ୍ତୁ-ମାର୍ଶାଘାଇ ଆଇଆଇସିଙ୍କ ମନମାନୀ ବିରୋଧରେ ବିଜେପିର ସାମ୍ବାଦିକ ସମ୍ମିଳନୀ