ଓଡିଶା

odisha

By

Published : Nov 21, 2019, 8:12 PM IST

ETV Bharat / state

DIET ଅଧ୍ୟକ୍ଷାଙ୍କ ବଦଳି ଦାବିରେ ଛାତ୍ର ଆନ୍ଦୋଳନ

କେନ୍ଦ୍ରାପଡା ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷାଙ୍କ ଦୁର୍ବ୍ୟବହାର ପ୍ରତିବାଦରେ ତୁରନ୍ତ ତାଙ୍କ ବଦଳି ଦାବି କରି ଛାତ୍ରଛ୍ରାତ୍ରୀମାନେ ମୁଖ୍ୟ ଫାଟକରେ ତାଲା ପକାଇ ଧାରଣା ଦେଇଛନ୍ତି ।

ଫଟୋ ସୌଜନ୍ୟ : ସମ୍ବାଦଦାତା,କେନ୍ଦ୍ରାପଡା

କେନ୍ଦ୍ରାପଡା: ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ (ଡିଆଇଇଟି)ର ଛାତ୍ରଛାତ୍ରୀ ମୁଖ୍ୟ ଫାଟକରେ ତାଲା ପକାଇ ଧାରଣା ଦେଇଛନ୍ତି । ଅଧ୍ୟକ୍ଷାଙ୍କ ଦୁର୍ବ୍ୟବହାର ପ୍ରତିବାଦରେ ତୁରନ୍ତ ବଦଳି ଦାବି କରିଛନ୍ତି ଛାତ୍ରଛାତ୍ରୀ ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା,କେନ୍ଦ୍ରାପଡା

କେନ୍ଦ୍ରାପଡା ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷା ଡକ୍ଟର ମିନାକ୍ଷୀ ମହାପାତ୍ର ବିଭିନ୍ନ ସମୟରେ ଛାତ୍ରଛାତ୍ରୀ ମାନଙ୍କୁ ଦୁର୍ବ୍ୟବହାର କରୁଛନ୍ତି । ଏହାର ପ୍ରତିବାଦ ଓ ଆଠ ଦଫା ଦାବି ପୂରଣ ପାଇଁ ଧାରଣାରେ ବସିଛନ୍ତି ଛାତ୍ରଛାତ୍ରୀ ।

ଅଧ୍ୟକ୍ଷାଙ୍କ ବଦଳି ଦାବି ନେଇ ପ୍ରଶାସନକୁ ବାରମ୍ବାର ଅବଗତ ପରେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ଛାତ୍ରଛାତ୍ରୀ ମାନେ ବିଭିନ୍ନ ପ୍ଲାକାର୍ଡ ଦେଖାଇ ନାରାବାଜି ଦେବା ସହ ଧରଣା ଦେଇଛନ୍ତି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details