କେନ୍ଦ୍ରାପଡା: ନାଗରିକତା ସଂଶୋଧନ ଆଇନକୁ(CAA)ପ୍ରତିବାଦ କରି ଗୁରୁବାର କେନ୍ଦ୍ରାପଡ଼ା ଜିଲ୍ଲାରେ CPI, CPI(M) ପକ୍ଷରୁ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣବିକ୍ଷୋଭ କରାଯାଇଛି। ଏହି ଗଣବିକ୍ଷୋଭରେ CAA ଆଇନ ସମ୍ବିଧାନ ବିରୋଧୀ ଓ ଦେଶ ବିରୋଧୀ ବୋଲି ଉପସ୍ଥିତ ନେତାମାନେ ନିଜ ନିଜର ଅଭିଭାଷଣରେ କହିଥିଲେ।
CAA ବିରୋଧରେ ରାଜରାସ୍ତାକୁ ଓହ୍ଲାଇଲେ ସିପିଆଇ ନେତା - CAA against protest news
ନାଗରିକତା ସଂଶୋଧନ ଆଇନକୁ(CAA)ପ୍ରତିବାଦ କରି ଗୁରୁବାର କେନ୍ଦ୍ରାପଡ଼ା ଜିଲ୍ଲାରେ CPI, CPI(M) ପକ୍ଷରୁ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣବିକ୍ଷୋଭ କରାଯାଇଛି।
ଫଟୋ ସୌଜନ୍ୟ:ସମ୍ବାଦଦାତା, କେନ୍ଦ୍ରାପଡା
CPI ନେତା ଗୟାଧର ଧଳ ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ବିରୋଧରେ ନାରାବାଜି କରିବା ସହିତ ଦେଶରେ ବେକାରୀ, ଦରଦାମ ବୃଦ୍ଧି ପାଉଥିବା ବେଳେ ପ୍ରଧାନମନ୍ତ୍ରୀ ବିଦେଶରେ ବୁଲୁଛନ୍ତି ଓ ହିନ୍ଦୁ ମୁସଲମାନ ଗଣନା କରୁଛନ୍ତି ବୋଲି କହିଛନ୍ତି।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ