ଓଡିଶା

odisha

ETV Bharat / state

ଘରୋଇ ବସ ଦୁର୍ଘଟଣାଗ୍ରସ୍ତ, କଣ୍ଡକ୍ଟର ଚଳାଉଥିବା ଅଭିଯୋଗ - କଣ୍ଡକ୍ଟର ଚଳାଉଥିବା ଅଭିଯୋଗ

କେନ୍ଦ୍ରାପଡ଼ା ଜିଲ୍ଲାରେ ଭୁବନେଶ୍ବର ଅଭିମୁଖେ ଯାଉଥିବା ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । ଅଧିକ ପଢନ୍ତୁ...

ଘରୋଇ ବସ ଦୁର୍ଘଟଣାଗ୍ରସ୍ତ, କଣ୍ଡକ୍ଟର ଚଳାଉଥିବା ଅଭିଯୋଗ
ଘରୋଇ ବସ ଦୁର୍ଘଟଣାଗ୍ରସ୍ତ, କଣ୍ଡକ୍ଟର ଚଳାଉଥିବା ଅଭିଯୋଗ

By

Published : Mar 2, 2021, 7:53 AM IST

Updated : Mar 2, 2021, 8:15 AM IST

କେନ୍ଦ୍ରାପଡା: ମହାକାଳପଡ଼ା ବେଣାକନ୍ଦାରୁ ଭୁବନେଶ୍ବର ଯାଉଥିବା ଘରୋଇ ବସ୍‌ ଜିଲ୍ଲାରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ତେବେ ବସ୍‌କୁ ଡ୍ରାଇଭର ବଦଳରେ କଣ୍ଡକ୍ଟର ଚଳାଉଥିବା ବେଳେ ଭାରସାମ୍ୟ ହରାଇବାରୁ ଏହି ଦୁର୍ଘଟଣା ଘଟିଥିବା ଅଭିଯୋଗ ହୋଇଛି ।

ଘରୋଇ ବସ ଦୁର୍ଘଟଣାଗ୍ରସ୍ତ, କଣ୍ଡକ୍ଟର ଚଳାଉଥିବା ଅଭିଯୋଗ

ମହାକାଳପଡ଼ା ବେଣାକନ୍ଦାରୁ ଭୁବନେଶ୍ବର ଯାଉଥିବା ଘରୋଇ ଗୌରୀଶଙ୍କର ବସ ନଂ OD29E9666 କୁମାରୁଣୀ ହନୁମାନ ଛକ ନିକଟରେ ଓଲଟି ପଡିଥିବା ସୂଚନା ମିଳିଛି । ବସ୍‌ ମଧ୍ୟରେ ପ୍ରାୟ ୫୦ରୁ ଅଧିକ ଯାତ୍ରୀ ଥିବା ବେଳେ ସେମାନଙ୍କ ମଧ୍ୟରୁ ୧୦ ଜଣରୁ ଊର୍ଦ୍ଧ୍ଵ ଗୁରୁତର ହୋଇ ୧୦୮ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ମହାକାଳପଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇଛନ୍ତି । ଘଟଣାସ୍ଥଳରେ ମହାକାଳପଡା ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିବା ଦେଖିବାକୁ ମିଳିଛି । ତେବେ ଏହି ବସ୍‌ଟିକୁ ଡ୍ରାଇଭର ବଦଳରେ କଣ୍ଡକ୍ଟର ଚଳାଉଥିବା ନେଇ ଅଭିଯୋଗ କରିଛନ୍ତି ଯାତ୍ରୀ ।

ଏହି ଦୁର୍ଘଟଣାରେ ଯାତ୍ରୀମାନେ ଗୁରୁତର ଭାବେ ଆହତ ହୋଇଥିବା ଜଣେ ଯାତ୍ରୀ ସୂଚନା ଦେଇଛନ୍ତି । ଏହି ବସ୍‌ଟି ପ୍ରତ୍ୟେକ ଦିନ ମହାକାଳପଡା ବ୍ଲକ ସୁନିତୀ ପଞ୍ଚାୟତର ବେଣାକନ୍ଦା ବଜାରରୁ ବାହାରି ଭୁବନେଶ୍ବର ଯାଇଥାଏ । ମଙ୍ଗଳବାର ଭୋର ସମୟରେ କୁମାରୁଣୀ ହନୁମାନ ଛକ ନିକଟରେ ଭାରସାମ୍ୟ ହରାଇ ବିଲ ମଧ୍ୟକୁ ଖସିଯାଇଥିଲା । ବସ୍‌ରେ ସୁନିତୀ, ବଢିହ, ବିଜୟନଗର, ଦେଉଳପଡା ଗ୍ରାମର ଯାତ୍ରୀମାନେ ଥିଲେ । କିଛି ଯାତ୍ରୀ କଟକ ବଡ଼ ମେଡିକାଲ ମଧ୍ୟ ଯାଉଥିବା ସୁଚନା ମିଳିଛି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Last Updated : Mar 2, 2021, 8:15 AM IST

ABOUT THE AUTHOR

...view details