ଓଡିଶା

odisha

By

Published : Mar 3, 2022, 5:54 PM IST

ETV Bharat / state

ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ, ୫୦ ହଜାର ଜୋରିମାନା

ନାବାଳିକା ଦୁଷ୍କର୍ମକାରୀକୁ ୨୦ବର୍ଷ ସଶ୍ରମ କାରାଦଣ୍ଡ ସହ ୫୦ ହଜାର ଟଙ୍କାର ଜୋରିମାନା। ଆଜି(ଗୁରୁବାର) କେନ୍ଦ୍ରାପଡ଼ା ସ୍ୱତନ୍ତ୍ର ପୋକ୍ସୋ କୋର୍ଟର ନ୍ୟାୟାଧୀଶ ଏଭଳି ରାୟ ଶୁଣାଇଛନ୍ତି । ଅଧିକ ପଢନ୍ତୁ

ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ, ୫୦ ହଜାର ଜୋରିମାନା
ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ, ୫୦ ହଜାର ଜୋରିମାନା

କେନ୍ଦ୍ରାପଡା : ନାବାଳିକା ଦୁଷ୍କର୍ମକାରୀକୁ ୨୦ବର୍ଷ ସଶ୍ରମ କାରାଦଣ୍ଡ ସହ ୫୦ହଜାର ଟଙ୍କାର ଜୋରିମାନା। ଆଜି(ଗୁରୁବାର) କେନ୍ଦ୍ରାପଡ଼ା ସ୍ୱତନ୍ତ୍ର ପୋକ୍ସୋ କୋର୍ଟର ନ୍ୟାୟାଧୀଶ ଏଭଳି ରାୟ ଶୁଣାଇଛନ୍ତି। ରାଜନଗର ଥାନା ଅଞ୍ଚଳର ସାନ ମରିଚାପଲ୍ଲୀ ଗାଁରେ ୨୦୧୮ ମସିହା ୬ ନଭେମ୍ବରରେ ଜଣେ ଦଳିତ ନାବାଳିକାଙ୍କୁ ସେହି ଗାଁର ନବୀନ ସେଠୀ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଥିଲା ।

ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ, ୫୦ ହଜାର ଜୋରିମାନା

ଏହାବି ପଢନ୍ତୁ :Panchayat Result: BSKY ବଣ୍ଟନ ନିର୍ବାଚନର ଟର୍ଣ୍ଣିଂ ପଏଣ୍ଟ କହିଲେ ମନ୍ତ୍ରୀ ଅଶୋକ

ଏହି ଘଟଣାରେ ରାଜନଗର ଥାନାରେ ଏକ ଲିଖିତ ଏତଲା ଦିଆଯାଇଥିଲା । ଘଟଣା ପରଠାରୁ ଅଭିଯୁକ୍ତ ଫେରାର ହୋଇଯାଇଥିଲା। ରାଜନଗର ପୋଲିସ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଥିବା ବେଳେ ଅଭିଯୁକ୍ତ ଏବେ ଜେଲରେ ରହିଛି। ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ଆଇନଜୀବି ମନୋଜ ସାହୁ ଘଟଣାର ସାକ୍ଷୀ ଓ ବୟାନ ରେକର୍ଡ କରି ଘଟଣାରେ ନବୀନ ହିଁ ଅଭିଯୁକ୍ତ ବୋଲି ପ୍ରମାଣ କରାଇବା ପରେ ମାନ୍ୟବର ଜଜ ଆଜି ଅଭିଯୁକ୍ତକୁ ଦଣ୍ଡାଦେଶ ଶୁଣାଇଛନ୍ତି।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details