ଓଡିଶା

odisha

ETV Bharat / state

ତୁଳସୀକ୍ଷେତ୍ରରେ ଘୋଷଯାତ୍ରା ପାଇଁ ସେବାୟତଙ୍କ ଦାବି - rathayatra

କେନ୍ଦ୍ରାପଡା ଜିଲ୍ଲାର ଆରଧ୍ୟ ଦେବତା ଶ୍ରୀ ଶ୍ରୀ ବଳଦେବଜୀୟୁ ମନ୍ଦିରରେ ରଥଯାତ୍ରା ପାଇଁ ଘରେ ଘରେ ଘରେ ଦୀପ ଜାଳି ପ୍ରାର୍ଥନା କରିବା ପାଇଁ ନିବେଦନ କରିଛନ୍ତି ସେବାୟତ । ଅଧିକ ପଢନ୍ତୁ...

ତୁଳସୀକ୍ଷେତ୍ରରେ ଘୋଷଯାତ୍ରା ପାଇଁ ସେବାୟତଙ୍କ ଦାବି
ତୁଳସୀକ୍ଷେତ୍ରରେ ଘୋଷଯାତ୍ରା ପାଇଁ ସେବାୟତଙ୍କ ଦାବି

By

Published : Jun 21, 2021, 1:48 PM IST

କେନ୍ଦ୍ରାପଡା: ଚଳିତ ବର୍ଷ ରଥଯାତ୍ରାରେ ସରକାରଙ୍କ ଦ୍ବାରା ଜାରି ହୋଇଥିବା କଟକଣାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । କେନ୍ଦ୍ରାପଡା ଜିଲ୍ଲାର ଆରଧ୍ୟ ଦେବତା ଶ୍ରୀ ଶ୍ରୀ ବଳଦେବଜୀୟୁ ମନ୍ଦିରରେ ରଥଯାତ୍ରା ପାଇଁ ଘରେ ଘରେ ଘରେ ଦୀପ ଜାଳି ପ୍ରାର୍ଥନା କରିବା ପାଇଁ ନିବେଦନ କରିଛନ୍ତି ସେବାୟତ ।

ପ୍ରଥମେ ସେବାୟତ ଏହି ନିଷ୍ପତ୍ତିକୁ ପ୍ରତ୍ୟାହାର କରିବା ପାଇଁ ଦାବି କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହା ପରେ ସାଂସଦ ଅନୁଭବଙ୍କୁ ଭେଟି ବ୍ରହ୍ମ ତାଳଧ୍ବଜ ରଥ ଗଡ଼ିବା ପାଇଁ ନିବେଦନ କରିବା ସହ ଆଜି ରଥଯାତ୍ରା ପାଇଁ ଅନୁମତି ଦେବା ନେଇ ଏକ ପ୍ରେସମିଟ କରାଯାଇଛି । ଆସନ୍ତା ଦେବସ୍ନାନ ପୂର୍ଣ୍ଣିମା ଦିନ କେନ୍ଦ୍ରାପଡ଼ା ଜିଲ୍ଲାର ସମସ୍ତ ଅଧିବାସୀ ନିଜ ନିଜ ଘରେ ଘିଅ ଦୀପ ଜାଳି ବଳଦେବଜୀଉଙ୍କ ରଥଯାତ୍ରା ପାଇଁ ଅନୁମତି ମିଳିବାକୁ ପ୍ରାର୍ଥନା କରିବା ପାଇଁ ନିବେଦନ କରିଛନ୍ତି ।

ତୁଳସୀକ୍ଷେତ୍ରରେ ଘୋଷଯାତ୍ରା ପାଇଁ ସେବାୟତଙ୍କ ଦାବି

ଏହା ପୂର୍ବରୁ ପୂଜ୍ୟ ପୂଜକ ବାବା ବଳିଆ ବ୍ରହ୍ମ ତାଳଧ୍ବଜ ରଥ ଗଡ଼ିବା ପାଇଁ ମଧ୍ୟ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି କିନ୍ତୁ ରାଜ୍ୟ ସରକାର ଏଥିପ୍ରତି ଆନ୍ତରିକତା ପ୍ରଦର୍ଶନ ନକରୁଥିବା ହେତୁ ୫ଜଣ ସେବାୟତ ଉଚ୍ଚ ନ୍ୟାୟାଳୟରେ ତୁଳସୀକ୍ଷେତ୍ର ରଥଯାତ୍ରା ପାଇଁ ପିଟିସନ ଦାଏର କରିଛନ୍ତି । ତେବେ ରାଜ୍ୟ ସରକାରଙ୍କ ହିନ୍ଦୁ ବିରୋଧୀ ଆଖ୍ୟା ଦେଇ ସେମାନଙ୍କ ଜ୍ଞାନ ଉଦୟ ଓ ମାନ୍ୟବର ନ୍ୟାୟାଳୟଙ୍କ ପାଖରୁ ରଥଯାତ୍ରା ନିର୍ଦ୍ଦେଶ ଆଶାରେ ଆସନ୍ତା ଦେବସ୍ନାନ ପୂର୍ଣ୍ଣିମାରୁ ପ୍ରତ୍ୟେକ ଘରେ ଦୀପ ଜାଳିବା ପାଇଁ ନିବେଦନ କରାଯାଇଛି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି,ଇଟିଭି ଭାରତ

ABOUT THE AUTHOR

...view details