ଓଡିଶା

odisha

ETV Bharat / state

ସରକାରୀ ମଦଦୋକାନକୁ ନା, ଆନ୍ଦୋଳନ ପାଇଁ ସଜବାଜ ହେଲେଣି ପଞ୍ଚାୟତବାସୀ - ସରକାରୀ ମଦ ଦୋକନକୁ ବିରୋଧ

ବର୍ଷେ ବନ୍ଦ ଥିବା ମଦ ଦୋକାନଟିକୁ ଖୋଲିବା ପାଇଁ ଆଦେଶ ଦେଇଥିଲେ ହାଇକୋର୍ଟ । ମଦ ଦୋକାନକୁ ଅଙ୍ଗୁଳାଇ ପଞ୍ଚାୟତରେ କୌଣସି ପ୍ରକାର ଖୋଲାଇ ଦିଆଯିବନାହିଁ । ଏନେଇ ଏକ ପ୍ରେସମିଟ ଡାକିଥିଲେ ଅଙ୍ଗୁଳାଇ ଗ୍ରାମ ପଞ୍ଚାୟତର ସରପଞ୍ଚ ।

ସରକାରୀ ମଦଦୋକାନକୁ ନା, ଆନ୍ଦୋଳନ ପାଇଁ ସଜବାଜ ହେଲେଣି ପଞ୍ଚାୟତବାସୀ

By

Published : Nov 21, 2019, 4:14 AM IST

କେନ୍ଦ୍ରାପଡା: ମାର୍ଶାଘାଇ ବ୍ଲକ ଅଙ୍ଗୁଳାଇ ଗ୍ରାମ ପଞ୍ଚାୟତରେ ଗତବର୍ଷ ସରକାରୀ ମଦ ଦୋକାନ ଉଚ୍ଛେଦକୁ ନେଇ ମୁଣ୍ଡ ଟେକିଥିଲା ବିବାଦ। ଫଳରେ ପ୍ରଥମେ ଅନଶନ ପରେ ଆନ୍ଦୋଳନକୁ ଓହ୍ଲାଇଥିଲେ ପାଞ୍ଚଗୋଟି ପଞ୍ଚାୟତବାସୀ। ବର୍ଷେ ବନ୍ଦ ଥିବା ମଦ ଦୋକାନଟିକୁ ଖୋଲିବା ପାଇଁ ଆଦେଶ ଦେଇଥିଲେ ହାଇକୋର୍ଟ। ଯାହାକୁ ନେଇ ପୁଣିଥରେ ମୁଣ୍ଡ ଟେକିଛି ବିବାଦ । ଏନେଇ ପୁନର୍ବାର ଆଉ ଏକ ଆନ୍ଦୋଳନ ପାଇଁ ସଜବାଜ ହେଲେଣି ପଞ୍ଚାୟତବାସୀ।

ସରକାରୀ ମଦଦୋକାନକୁ ନା, ଆନ୍ଦୋଳନ ପାଇଁ ସଜବାଜ ହେଲେଣି ପଞ୍ଚାୟତବାସୀ

ସେଥିପାଇଁ ବୁଧବାର ଏକ ପ୍ରେସମିଟ ଡାକିଥିଲେ ଅଙ୍ଗୁଳାଇ ଗ୍ରାମ ପଞ୍ଚାୟତର ସରପଞ୍ଚ ଦୁର୍ଗାବତୀ ପ୍ରଧାନ। ମଦ ଦୋକାନକୁ ଅଙ୍ଗୁଳାଇ ପଞ୍ଚାୟତରେ କୌଣସି ପ୍ରକାର ଖୋଲାଇ ଦିଆଯିବ ନାହିଁ । ଯଦି ପ୍ରଶାସନ ମଦ ଦୋକାନଟିକୁ ଖୋଲେ ତାହା ହେଲେ ଆନ୍ଦୋଳନ ତୀବ୍ରତର କରାଯିବ । ଆବଶ୍ୟକ ପଡିଲେ ମଦ ଦୋକାନ ଉଚ୍ଛେଦ ଦାବିରେ ଆତ୍ମଆହୁତି ଦିଆଯିବ ବୋଲି ପ୍ରେସ୍ ମିଟ୍ ମାଧ୍ୟମରେ କହିଛନ୍ତି ଅଙ୍ଗୁଳାଇ ଗ୍ରାମ ପଞ୍ଚାୟତର ସରପଞ୍ଚ ଦୁର୍ଗାବତୀ ପ୍ରଧାନ ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details