ଓଡିଶା

odisha

ETV Bharat / state

ତୁଳସୀ କ୍ଷେତ୍ରରେ ସ୍ନାନପୂର୍ଣ୍ଣିମା ପ୍ରସ୍ତୁତି, ଘରେ ଘରେ ଘିଅଦୀପ ଜାଳିବେ ଶ୍ରଦ୍ଧାଳୁ

ପ୍ରସିଦ୍ଧ ତୁଳସୀକ୍ଷେତ୍ରର ବଳଦେବଜୀଉଙ୍କ ମନ୍ଦିରରେ ପାଳିତ ହେବ ସ୍ନାନ ପୂର୍ଣ୍ଣିମା । ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟର ବିଭିନ୍ନ ମନ୍ଦିରରେ ଅଖଣ୍ଡ ଦୀପ ଜାଳିବେ ସେବାୟତ । ଅଧିକ ପଢନ୍ତୁ...

ତୁଳସୀକ୍ଷେତ୍ରରେ ସ୍ନାନପୂର୍ଣ୍ଣିମା ପ୍ରସ୍ତୁତି, ଘରେ ଘରେ ଘିଅଦୀପ ଜାଳିବେ ଶ୍ରଦ୍ଧାଳୁ
ତୁଳସୀକ୍ଷେତ୍ରରେ ସ୍ନାନପୂର୍ଣ୍ଣିମା ପ୍ରସ୍ତୁତି, ଘରେ ଘରେ ଘିଅଦୀପ ଜାଳିବେ ଶ୍ରଦ୍ଧାଳୁ

By

Published : Jun 23, 2021, 5:45 PM IST

କେନ୍ଦ୍ରାପଡା: ରତ୍ନ ସିଂହାସନରୁ ଓହ୍ଲାଇ ସ୍ନାନମଣ୍ଡପକୁ ବିଜେ କରିବେ ଆରାଧ୍ୟ ପ୍ରଭୁ ବଳଦେବଜୀଉଙ୍କ ସମେତ ମା'ସୁଭଦ୍ରା, ସାନଭାଇ ଜଗନ୍ନାଥ ଓ ଶ୍ରୀ ସୁଦର୍ଶନ । ସକାଳ ୬ରୁ ପ୍ରଭୁଙ୍କ ରତ୍ନବେଦୀରୁ ସେବାୟତ ମାନେ ସ୍ନାନମଣ୍ଡପକୁ ଆଣିବାକୁ ଥିବା ବେଳେ ଆଜି ରାତିରୁ ସୁବାସିତ ମନ୍ତ୍ରସିଦ୍ଧ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଚତୁର୍ଦ୍ଧାମୂର୍ତ୍ତି ।

ତୁଳସୀକ୍ଷେତ୍ରରେ ସ୍ନାନପୂର୍ଣ୍ଣିମା ପ୍ରସ୍ତୁତି, ଘରେ ଘରେ ଘିଅଦୀପ ଜାଳିବେ ଶ୍ରଦ୍ଧାଳୁ

କୋଭିଡ କଟକଣା ପାଇଁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମନ୍ଦିର ପ୍ରବେଶ ବାରଣ କରାଯାଇଛି । ସକାଳ ୭ ଟାରେ ଜୟ ମଙ୍ଗଳ ଆଳତୀ, ୧୦ରେ ନୀତିସ୍ନାନ, ମଧ୍ୟାହ୍ନ ୧୨ରେ ବଲ୍ଲଭ ମଣୋହୀ, ଅପରାହ୍ନ ୧ରେ ମଙ୍ଗଳାର୍ପଣ,୧.୩୦ରେ ଗଜବେଦନ ବେଶ ସହ ଅପରାହ୍ନ ୨ ଘଟିକାରେ ଖେଚୁଡ଼ି ଧୂପ କରାଯାଇ ରାତ୍ର ୮ ଘଟିକାରେ ଅଣସର ଗୃହକୁ ପ୍ରବେଶ କରିବେ ମହାପ୍ରଭୁ ।

ପୁରୀ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା ଉପରେ ଆଜି ମାନ୍ୟବର ଉଚ୍ଚ ନ୍ୟାୟାଳୟ ସ୍ପଷ୍ଟ ଭାବରେ ମନା କରିଥିବା ବେଳେ ପୂର୍ବ ଯୋଜନା ମୁତାବକ ସେବାୟତ ମାନେ ତୁଳସୀକ୍ଷେତ୍ରରେ ରଥଯାତ୍ରା ପାଇଁ ଆସନ୍ତାକାଲି ମନ୍ଦିରରେ ଅଖଣ୍ଡ ଦୀପ ଜାଳିବେ । ଏଥିସହ ଜିଲ୍ଲାବାସୀଙ୍କୁ ନିଜ ନିଜ ଘରେ କଳସ ସ୍ଥାପନକରି ପୂଜା କରିବା ସହ ଘିଅ ଦୀପ ଜାଳିବା ପାଇଁ ଅନୁରୋଧ କରିଛନ୍ତି ସେବାୟତ ।


କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details