ଓଡିଶା

odisha

ETV Bharat / state

ଆସୁଛି ବାତ୍ୟା ଅମ୍ଫାନ, କେନ୍ଦ୍ରାପଡାରେ ପ୍ରାକ୍‌ ପ୍ରସ୍ତୁତି ଆରମ୍ଭ - କେନ୍ଦ୍ରାପଡାରେ ଅମ୍ଫାନ ପ୍ରସ୍ତୁତି

ମାଡି ଆସୁଛି ବାତ୍ୟା ‘ଅମ୍ଫାନ’ । ଏହାର ଗତିପଥ ନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ନଥିବା ବେଳେ ଉତ୍ତର ଉପକୂଳ ଜିଲ୍ଲାଗୁଡିକରେ ଏହାର ପ୍ରଭାବ ଅଧିକ ରହିପାରେ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।

possible cyclone amphan, cyclone amphan, kendrapara latest news, kendrapara collector, amphan preparations in kendrapara, cyclone preparations in kendrapara, ସମ୍ଭାବ୍ୟ ବାତ୍ୟା ଅମ୍ଫାନ, ବାତ୍ୟା ଅମ୍ଫାନ, କେନ୍ଦ୍ରାପଡା ଲାଟେଷ୍ଟ ନ୍ୟୁଜ୍‌, କେନ୍ଦ୍ରାପଡା ଜିଲ୍ଲାପାଳ, କେନ୍ଦ୍ରାପଡାରେ ଅମ୍ଫାନ ପ୍ରସ୍ତୁତି, କେନ୍ଦ୍ରାପଡାରେ ବାତ୍ୟା ପ୍ରସ୍ତୁତି
ଆସୁଛି ବାତ୍ୟା ଅମ୍ଫାନ, କେନ୍ଦ୍ରାପଡାରେ ପ୍ରାକ୍‌ ପ୍ରସ୍ତୁତି ଆରମ୍ଭ

By

Published : May 16, 2020, 7:33 PM IST

କେନ୍ଦ୍ରାପଡା: ମାଡି ଆସୁଛି ବାତ୍ୟା ‘ଅମ୍ଫାନ’ । ଏହାର ଗତିପଥ ନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ନଥିବା ବେଳେ ଉତ୍ତର ଉପକୂଳ ଜିଲ୍ଲାଗୁଡିକରେ ଏହାର ପ୍ରଭାବ ଅଧିକ ରହିପାରେ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଶୁକ୍ରବାର କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଭାଗଗୁଡିକ ସହିତ ଜିଲ୍ଲାପାଳ ବୈଠକ କରି ସମ୍ଭାବ୍ୟ ବାତ୍ୟା ଅମ୍ଫାନ ସମ୍ପର୍କରେ ଆଲୋଚନା କରିଛନ୍ତି ।

ଆସୁଛି ବାତ୍ୟା ଅମ୍ଫାନ, କେନ୍ଦ୍ରାପଡାରେ ପ୍ରାକ୍‌ ପ୍ରସ୍ତୁତି ଆରମ୍ଭ

ଏହି ଆଲୋଚନାରେ ସମ୍ଭାବ୍ୟ ବାତ୍ୟାର କିପରି ସଫଳତାର ସହିତ ମୁକାବିଲା କରାଯିବ ସେନେଇ ଯୋଜନା ପ୍ରସ୍ତୁତ ହୋଇଛି । ସେହିପରି ଜିଲ୍ଲାର ମୋଟ 249ଟି ପଞ୍ଚାୟତ ସରପଞ୍ଚମାନଙ୍କ ସହ ମଧ୍ୟ ଆଲୋଚନା କରାଯାଇଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା । ତେବେ ଜିଲ୍ଲାରେ ମୋଟ 117ଟି ବାତ୍ୟା ଆଶ୍ରୟସ୍ଥଳୀ ରହିଥିବା ବେଳେ କିଛି ଆଶ୍ରୟସ୍ଥଳୀକୁ ସଙ୍ଗରୋଧ କେନ୍ଦ୍ର ଭାବେ ଗ୍ରହଣ କରାଯାଇଛି । ତେଣୁ ସେହି ଆଶ୍ରୟସ୍ଥଳୀ ଗୁଡିକ ନିକଟରେ ଥିବା ସ୍କୁଲ ଘର ଗୁଡିକୁ ବାତ୍ୟା ପାଇଁ ବ୍ୟବହାର କରାଯିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details