ଓଡିଶା

odisha

ETV Bharat / state

Pre-Poll violence: ସରପଞ୍ଚ ପ୍ରାର୍ଥୀଙ୍କୁ ମରଣାନ୍ତକ ଆକ୍ରମଣ

ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରାର୍ଥୀଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଛି ଗୋଷ୍ଠୀ ସଂଘର୍ଷ । ପଞ୍ଚାୟତରେ ହୋଇଥିବା ଦୁର୍ନୀତିକୁ ସାଧାରଣ ଲୋକଙ୍କୁ ଅବଗତ କରାଯାଉଥିବାରୁ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । ଅଧିକ ପଢ଼ନ୍ତୁ

Pre-Poll violence: ସରପଞ୍ଚ ପ୍ରାର୍ଥୀଙ୍କୁ ମରଣାନ୍ତକ ଆକ୍ରମଣ
Pre-Poll violence: ସରପଞ୍ଚ ପ୍ରାର୍ଥୀଙ୍କୁ ମରଣାନ୍ତକ ଆକ୍ରମଣ

By

Published : Jan 31, 2022, 2:54 PM IST

କେନ୍ଦ୍ରାପଡ଼ା: ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରାର୍ଥୀଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଛି ଗୋଷ୍ଠୀ ସଂଘର୍ଷ । ପଞ୍ଚାୟତରେ ହୋଇଥିବା ଦୁର୍ନୀତିକୁ ସାଧାରଣ ଲୋକଙ୍କୁ ଅବଗତ କରାଯାଉଥିବାରୁ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । ରାଜକନିକା ବ୍ଲକ ଜୟନଗର ପଞ୍ଚାୟତରେ ଏଭଳି ଘଟଣା ଦେଖିବାକୁ ମିଳିଛି । ରାଜକନିକା ବ୍ଲକ ଜୟନଗର ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ପ୍ରତାପ ରାଉତଙ୍କୁ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ ।

Pre-Poll violence: ସରପଞ୍ଚ ପ୍ରାର୍ଥୀଙ୍କୁ ମରଣାନ୍ତକ ଆକ୍ରମଣ

ସୂଚନାଅନୁସାରେ, ଗତକାଲି(ରବିବାର) ରାତିରେ ରାଜକନିକା ବ୍ଲକ ଜୟନଗର ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ପ୍ରତାପ ରାଉତ ପ୍ରଚାର ସାରି ଘରକୁ ଫେରୁଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କୁ ଛୁରାମାଡ଼ କରିଥିଲେ । ଏନେଇ ରାଜକନିକା ଥାନାରେ ଅଭିଯୋଗ କରିଛନ୍ତି ପ୍ରତାପ ରାଉତ । ମୁହଁରେ କଳାମୁଖା ପିନ୍ଧି ଦୁଇରୁ ଚାରି ଜଣ ଯୁବକ ସଂଘବଦ୍ଧ ଭାବରେ ଆକ୍ରମଣ କରିଥିବା ବେଳେ ପ୍ରତାପ କୌଶଳକ୍ରମେ ଖସିଯାଇ ନିଜ ଜୀବନ ବଞ୍ଚାଇଥିବା ଜଣାପଡିଛି। ପ୍ରାର୍ଥୀ ପ୍ରତାପ ଅଳ୍ପକେ ଜୀବନ ବଞ୍ଚାଇବାରେ ସମର୍ଥ ହୋଇଥିବା ବେଳେ ତାଙ୍କ ଗଳା ଓ ମୁଣ୍ଡରେ ଆଘାତ ଲାଗିଥିବା ଅଭିଯୋଗରେ ଦର୍ଶାଯାଇଛି।

ପୂର୍ବରୁ ପ୍ରତାପଙ୍କୁ ବିଭିନ୍ନ ଧମକଚମକ ଦିଆଯାଇଥିବା ନେଇ ରାଜକନିକା ଥାନାରେ ଏତଲା ହୋଇଥିଲେ ମଧ୍ୟ ପୋଲିସ ଚୁପ ବସିରହିବାରୁ ଗତକାଲି ତାଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଜୟନଗର ପଞ୍ଚାୟତରେ ହୋଇଥିବା ଦୁର୍ନୀତି ସମ୍ପର୍କରେ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମଗାଇ ସେଗୁଡିକୁ କ୍ୟାମ୍ପେନିଂ ସମୟରେ ପଞ୍ଚାୟତର ସାଧାରଣ ଲୋକଙ୍କୁ ଅବଗତ କରାଯାଉଥିବାରୁ ଏଭଳି ଆକ୍ରମଣ କରାଯାଇଛି ବୋଲି କହିଛନ୍ତି ପ୍ରତାପ।ଅଭିଯୋଗ ପରେ ରାଜକନିକା ପୋଲିସ ଘଟଣାର ଅଧିକ ତଦନ୍ତ କରୁଥିବା ନେଇ ସୂଚନା ରହିଛି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details