କେନ୍ଦ୍ରାପଡା :କଥାରେ ଅଛି ଦଇବ ଦଉଡି ମଣିଷ ଗାଈ ଯେଣିକି ଟାଣଇ ସେଣିକି ଯାଇ । ଏହି ଉକ୍ତିଟି ବେଶ ପ୍ରଜୁଜ୍ୟ ହେଉଛି କେନ୍ଦ୍ରାପଡାର କୁନି ପୁଅ ପ୍ରଥମେଶଙ୍କ ପାଇଁ । 11 ବର୍ଷ ବୟସରେ ପରିବାରର ବୋଝ ମୁଣ୍ତାଇବା ସହ ଶଯ୍ୟାଶାୟୀ ବାପା ପବିତ୍ର, ମା ଚମ୍ପାବତୀ ଓ ଭିନ୍ନକ୍ଷମ ବଡଭାଇର ସେବା କରି ଲୋକ ଲୋଚନକୁ ଆସିଥିଲେ । ହେଲେ ରବିବାର ପ୍ରଥମେଶଙ୍କ ମାଆ ଚମ୍ପାବତୀଙ୍କର ହୃଦଘାତରେ ମୃତ୍ୟୁ ଘଟିଛି। ଏହି ଖବର ଜଣାପଡିବା ପରେ ମହାକାଳପଡା ବିଧାୟକ ପହଞ୍ଚିଥିଲେ ପ୍ରଥମେଶଙ୍କ ଘରେ । ଶୋକସନ୍ତପ୍ତ ପରିବାରକୁ ସାନ୍ତ୍ବନା ଦେବା ସହିତ ପ୍ରଥମେଶର ପାଠପଢାର ଦାୟିତ୍ବ ନିଜେ ନେବେ ବୋଲି ବିଧାୟକ ପ୍ରଥମେଶର ବାପା ପବିତ୍ରଙ୍କୁ କହିଛନ୍ତି।
କଅଁଳ ବୟସରେ ପରିବାରର ବୋଝ ମୁଣ୍ଡାଇ ଚର୍ଚ୍ଚାରେ ପ୍ରଥମେଶ - kendrapara news
ପ୍ରଥମେଶଙ୍କ ମାଙ୍କ ମୃତ୍ୟୁ । କଅଁଳ ବୟସରେ ପରିବାରର ବୋଝ ମୁଣ୍ଡାଇ ଚର୍ଚ୍ଚାରେ ଥିଲା କୁନିପୁଅ । ହୃଦଘାତରେ ମୃତ୍ୟୁ ହୋଇଥିବା ସୂଚନା । ଅଧିକ ପଢନ୍ତୁ...
କଅଁଳ ବୟସରେ ପରିବାରର ବୋଝ ମୁଣ୍ଡାଇ ଚର୍ଚ୍ଚାରେ ପ୍ରଥମେଶ
ଗତ କିଛି ଦିନ ତଳେ ସ୍ଥାନୀୟ ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କ ଉଦ୍ୟମରେ ପବିତ୍ରଙ୍କ ଚିକିତ୍ସା କରାଯାଉଥିଲା । ସୁସ୍ଥ ହୋଇ ଘରକୁ ଫେରିଥିଲେ। ଘର ପାଖରେ ଛୋଟ ଚା ଓ ଜଳଖିଆ ଦୋକାନ କରି ସଂସାର ଚଳାଉଥିଲେ ପବିତ୍ର । ପ୍ରଥମେଶ ଭଲ ପାଠ ପଢିବା ସହିତ ବାପାଙ୍କୁ ମଧ୍ୟ ଜଳଖିଆ ଦୋକାନରେ ସହଯୋଗ କରୁଥିଲେ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ